Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୋଲିସକୁ, ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍ ଫାଣ୍ଡି ନିକଟସ୍ଥ ଘରୁ ଲୁଟିନେଲେ ୩୦ ହଜାର ଟଙ୍କା ସମେତ...

ପୋଲିସକୁ, ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍ ଫାଣ୍ଡି ନିକଟସ୍ଥ ଘରୁ ଲୁଟିନେଲେ ୩୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର

345
PC: pinterest (Representational purpose)
ADVERTISEMENT

ହିଞ୍ଜିଳିକାଟୁ, ୦୧/୦୩ (ଶେଷଦେବ ସାହୁ) : ହିଂଜିଳି ଥାନା ଅଂଚଳରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ଲୁଟେରା ମାନେ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଂଜ କରି ଫାଣ୍ଡି ନିକଟସ୍ଥ ଏକ ଘରୁ କବାଟ ତାଡ଼ି ୩୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଓ ଅନ୍ୟାନ ଆସବାବ ପତ୍ର ଲୁଟ କରି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳି ଥାନା ଆଡ଼ପଡ଼ା ଗ୍ରାମରେ ଘଟିଛି ।


ପ୍ରକାଶ ଯେ, ଗୁରୁବାର ରାତିରେ ଆଡ଼ପଡ଼ା ଗ୍ରାମର ଦୂର୍ଯ୍ୟଧନ ମହାଙ୍କୁଡ଼ଙ୍କ ସପରିବାର ଘରେ ତାଲା ପକାଇ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ଶୁକ୍ରବାର ଭୋରରୁ ଘରକୁ ଫେରି ଦେଖିବା ବେଳକୁ ଘରର କବାଟ ଭଙ୍ଗା ଯାଇଥିବା ଏବଂ ଆଲମାରୀରୁ ନଗଦ ୩୦ ହଜାର ଟଙ୍କା ସମେତ ସୁନା, ରୁପା ଅଳଙ୍କାର ଓ ଅନ୍ୟାନ ଆସବାବ ପତ୍ର ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ଦୂର୍ଯ୍ୟଧନ ଶୁକ୍ରବାର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଂଜିଳି ଥାନା ନଂ-୬୫/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ପ୍ରକାଶ ଥାଉକି, ୨୫ ତାରିଖ ରାତିରେ ଆଡ଼ପଡ଼ା ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣା ପରଠାରୁ ଗ୍ରାମରେ ଉତେଜନା ମୂଳକ ପରିସ୍ଥିତ ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ସଂପୃକ୍ତ ଗ୍ରାମରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ରହିବା ସହ ଫାଣ୍ଡି ନିକଟସ୍ଥ ଘର ମଧ୍ୟରୁ ଲୁଟ ହୋଇଥିବା ବେଳେ ସ୍ଥାନୀୟ ପୁଲିସ କିପରି ସୁରାକ୍ ପାଇପାରିଲା ନାହିଁ, ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି ।

Advertisement