Sunday, September 20, 2026
ADVERTISEMENT
Home ଆଞ୍ଚଳିକ ମାର୍ଚ୍ଚ ୧ରେ ମୋଟର ଯାନ ଆଇନ ଲାଗୁ

ମାର୍ଚ୍ଚ ୧ରେ ମୋଟର ଯାନ ଆଇନ ଲାଗୁ

351
PC: manoramaonline
ADVERTISEMENT

ବ୍ରହ୍ମପୁର, ୨୯/୨(ସାହେବ ନାୟକ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଯିବାରୁ କିଛି ମାସ କୋହଳ କରିଥିଲେ । ସରକାର। ୩ମାସ ପରେ ପୁଣି ମାର୍ଚ୍ଚ ୧ତାରିଖରୁ ଏହି ଆଇନ କୁ କଡାକଡି ଭାବେ ଲାଗୁକରା ଯିବ ବୋଲି ସରକାର ପତ୍ର ମାଧ୍ୟମରେ ଜଣାଇଛନ୍ତି ।

ଏଥିପାଇଁ ଆଜି ଟାଟବେଞ୍ଜ ଛକ ଠାରେ ବ୍ରହ୍ମପୁର ଟ୍ରାଫିକ ପୋଲିସ ଡିଏସପି ସାର୍ଥକ ରାୟଙ୍କ ନେତୃତ୍ୱରେ ବ୍ରହ୍ମପୁର ଅଗ୍ରୀଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ କ୍ଲିନ ସିଟି ଓ ପୋଲିସ ଏନସିସି କ୍ୟାଡଟ ଗାଡି ଚାଳକଙ୍କୁ ନୂତନ ନିୟମ ସମ୍ପର୍କରେ ସଚେତନତା କରିଥିଲେ।ବାଇକ ଚଳାଇବା ସମୟରେ ହେଲିମେଟ ବ୍ୟବହାର, ତିନି ଜଣ ବାଇକରେ ବସି ନଯିବା, ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର ନକରିବା, କାରରେ ଯିବା ସମୟରେ ସିଟବେଲ୍ଟ ବ୍ୟବହାର କରିବାକୁ ଲୋକଙ୍କୁ ବାର୍ତ୍ତା ଦେଇଥିବା ସହ ଯେଉଁମାନେ ହେଲିମେଟ ବ୍ୟବହାର କରିଥିଲେ I

ସେମାନଙ୍କୁ ଗୋଲାପଫୁଲ ଓ ଚକଲେଟ ପ୍ରଦାନ କରିବା ସହ ଗାଡି ଚଳାଇବା ସମୟରେ ଗାଡିର ସମସ୍ତ କାଗଜପତ୍ର ସାଙ୍ଗରେ ରଖିବାକୁ ବି ପରାମର୍ଶ ଦେଇଥିଲେ । ଏଥିରେ ପୋଲିସ ଟ୍ରାଫିକ ଥାନା ଆଇଆଇସି ସୁନୀଲ କୁମାର ବେହେରାଙ୍କ ସହ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Advertisement