Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବୁରଗାଁ ଗାଁ କଲ୍ୟାଣ ସମିତି ପୁରସ୍କୃତ

ବୁରଗାଁ ଗାଁ କଲ୍ୟାଣ ସମିତି ପୁରସ୍କୃତ

488
ADVERTISEMENT

କୁକୁଡାଖଣ୍ଡି,୨୯/୨(ଇ.ରଞ୍ଜନ) : ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମହୁଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବୁରଗାଁ ଗାଁ କଲ୍ୟାଣ ସମିତିକୁ ଉତ୍ତମ କାର୍ଯ୍ୟକ୍ରମ ନିମନ୍ତେ କ୍ଷେତ୍ରୀୟବରପୁର ଠାରେ ଜିଲାସ୍ତରୀୟ ଉତ୍ସବରେ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ପାଇଁ ପୁରସ୍କୃତ କରାଯାଇଛି l ଗାଁ କଲ୍ୟାଣ ସମିତିର ସଭାପତି ୱାର୍ଡ ସଭ୍ୟା ଶ୍ରୀମତୀ ମଞ୍ଜୁ ନାୟକ, ଆବାହିକା ତଥା ଅଙ୍ଗନବାଡି କର୍ମୀ ଶ୍ରୀମତୀ ପ୍ରତିମା ନାୟକ, ଆଶା ଶ୍ରୀମତୀ ଅନୀତା ଗୌଡ଼ ଉତ୍ସବରେ ଉପସ୍ଥିତ ହୋଇ ମାନପତ୍ର ସହ ଦଶ ହଜାର ଟଙ୍କା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଜଗଦିଶ ପଟ୍ଟନାୟକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ଠାରୁ ଗ୍ରହଣ କରିଛନ୍ତି l

ମୋହୁଡା ସ୍ୱାସ୍ଥ୍ୟକର୍ମୀ ଶ୍ରୀ ରବୀନ୍ଦ୍ରନାଥ ପ୍ରଧାନ ଓ କିରଣ କୁମାରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ବୁରଗାଁ ଗାଁ କଲ୍ୟାଣ ସମିତି ଅଧୀନରେ ସମସ୍ତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଫଳତାର ସହ କରାଯାଉଛି l ଏଥିପାଇଁ ବୁରଗାଁ ଗ୍ରାମବାସୀ ଖୁସି ପ୍ରକାଶ କରିବା ସହିତ ସରପଞ୍ଚ ଶ୍ରୀ ସଞ୍ଜୟ ସାହୁ କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l

Advertisement