
ବ୍ରହ୍ମପୁର,୨୭/୨(ହିମାଂଶୁ ପାଢୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ସ୍ଥିତ ଶତ୍ରୁସୋଲ ଗ୍ରାମକୁ ଗ୍ରସ୍ତକରି ସେଠାରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି। ପରିବେଶକୁ ସରଶ ସୁନ୍ଦର କରିବା ନେଇ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେବା ସହ ଅକ୍ଷର ସୁନ୍ଦର କରିବାନେ ଇଂରାଜୀ ହସ୍ତାକ୍ଷର ଡାକିବା ସହ ପାଠ ପଢ଼ାଇଥିଲେ।

ଶ୍ରେଣୀଗୃହ ସଫାସୁତରା ରଖିବାକୁ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ। ତାହା ସହିତ ସ୍କୁଲର ଲାଇବ୍ରେରୀ, ଖେଳ ପଡିଆ ଓ ଅଟୋରେ ଯିବା ଆସିବା କରୁଥିବା ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ସ୍କୁଲ କାର୍ତ୍ୟୁପକ୍ଷଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ଉଚ୍ଚ ପ୍ରସଂଶା କରାଯାଇଛି। ବିଡ଼ିଓ ଜ୍ୟୋତି ଶଙ୍କର ରାୟ, ସ୍କୁଲ ଅଧକ୍ଷ ପ୍ରମୋଦ କୁମାର ଓଝା, ସ୍କୁଲ ପ୍ରରିଚାଳନା କମିଟି ସଭାପତି ବାବୁଲି ପଲାଇ, ପ୍ରମୁଖ ଉପସ୍ଥିତ ଥିଲେ।

















