ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଲେ

324
ADVERTISEMENT

ବାଲିଗୁଡା,୨୭ା୨(ବ୍ୟୁରୋ): ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷା ମମତା ବେହେରା ଅନାସ୍ଥାରେ ପଦ ହରାଇଲେ । ବାଲିଗୁଡା ଉପଜିଲାପାଳ ଦେବେନ୍ଦ୍ର ନନ୍ଦ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀ, ଅତିରିକ୍ତ ଜିଲାପାଳ ହଳଧର ନାୟକ ଓ ବରିଷ୍ଠ କିରାଣି ଅରୁଣ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ଏସିର ୧୩ କାଉନ୍‌ସିଲରଙ୍କ ମଧ୍ୟରୁ ୧୧ ଜଣ ଉପସ୍ଥିତ ରହି ଭୋଟଦାନରେ ଭାଗ ନେଇଥିଲେ। ଭୋଟ ବାକ୍ସ ଖୋଲିବା ପରେ ମୋଟ ୧୧ଟି ଭୋଟ ଅଧ୍ୟକ୍ଷା ମମତା ବେହେରାଙ୍କ ବିପକ୍ଷରେ ପଡିଥିବା ଜଣାଯାଇଛି । ୧୩ ଜଣ କାଉନ୍‌ସିଲରଙ୍କ ମଧ୍ୟରୁ ୧୨ନଂ. ୱାର୍ଡ କାଉନ୍‌ସିଲର ଶିରିଶ ପ୍ରଧାନ ଓ ଅଧ୍ୟକ୍ଷା ମମତା ବେହେରା ଅନୁପସ୍ଥିତ ରହିଥିଲେ । ସମସ୍ତେ ଏକାଠିହୋଇ ଅଧ୍ୟକ୍ଷା ହଟାଓ ଅଭିଯାନ ଚଳାଇଥିବାବେଳେ ଏଥିରେ ସଫଳ ହୋଇଛନ୍ତି। ମାତ୍ର ଭୋଟ ସମୟରେ ମମତା ଇକୋର୍ଟରୁ ରହିତାଦେଶ ଆଣି ପଦ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

Advertisement