Monday, September 21, 2026
ADVERTISEMENT
Home ଆଞ୍ଚଳିକ ଅଳିଆ ଗଦାରେ ବୋମା, ଚିକିତ୍ସା ଧୀନ ଗାଈ ଓ ଘୁଷୁରି ମୃତ୍ୟୁ

ଅଳିଆ ଗଦାରେ ବୋମା, ଚିକିତ୍ସା ଧୀନ ଗାଈ ଓ ଘୁଷୁରି ମୃତ୍ୟୁ

358
ADVERTISEMENT

ବ୍ରହ୍ମପୁର,୨୭/୨(ବ୍ୟୁରୋ) : ହରଡ଼ାଖଣ୍ଡି ନୂଆଁ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଗାଈଟି ଚରୁଥିବା ବେଳେ ଲୁଚା ଯାଇଥିବା ବୋମା ଫୁଟି ଗାଈଟି ଗୁରୁତର ଅବସ୍ଥାରେ ପଡ଼ି ରହିଥିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ଖବର ପ୍ରକାଶ ପାଇବା ମାତ୍ରେ ଗୋରୁ ଗାଈ ସେବାରେ ନିୟଜିତଥିବା ସମାଜସେବୀ ଲଲାଟେନ୍ଦୁ ଚୌଧୁରୀ ଏବଂ କିଛି ସ୍ବେଚ୍ଛାସେବୀଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ପ୍ରଥମେ ପଶୁ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣାସ୍ଥଳକୁ ପଶୁ ଚିକିତ୍ସାଳୟର ଡକ୍ଟରଙ୍କୁ ଡାକି ସଂଗେ ସଂଗେ ଗାଈଟିର ଆଘାତ ଲାଗିଥିବା ମୁହଁକୁ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଖାଉଟି ଗୁରୁତର ଅବସ୍ଥାରେ ଥିବାରୁ ଗାଇଟିର ମୃତ୍ୟୁ ଘଟିଛି ।


ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫:୩୦ ଘଣ୍ଟା ସମୟରେ ଗାଈଟି ଗାଈ ମାଲିକଙ୍କ ବାରିପଟେ ଚଳୁଥିବା ବେଳେ ବୋମା ଫୁଟି ଗାଈଟି ଗୁରୁତର ଆହତ ହଇଥିଲା। ଦୁଇ ଦିନ ତଳେ ଏକ ଘୁଷୁରୀ ମଧ୍ୟ୍ୟ ଅଳିଆ ଗଦାରୁ ଅଳିଆ ଖାଇବା ପାଇଁ ଯିବା ବେଳେ ଲୁଚା ଯାଇଥିବା ବୋମା ଫୁଟି ମରି ଯାଇଥିବା ଅଞ୍ଚଳ ବାସୀ ସୂଚନା ଦେଇଛନ୍ତି । ବର୍ତମାନ ଘଟଣା ସ୍ଥଳରେ ବଡ଼ ବଜାର ପୁଲିସ ଅଧିକାରୀ ପ୍ରଶାନ୍ତ ଭୂପତି ପହଞ୍ଚି ତଦନ୍ତ ଜାରି ରଖିଛନ୍ତି..।

Advertisement