Sunday, September 20, 2026
ADVERTISEMENT
Home ମୁଖ୍ୟ ଖବର ୧୫ ଲକ୍ଷ ଟଙ୍କାର ଚାକିରି ଛାଡି ଗାଁରେ ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଇଞ୍ଜିନିୟର

୧୫ ଲକ୍ଷ ଟଙ୍କାର ଚାକିରି ଛାଡି ଗାଁରେ ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଇଞ୍ଜିନିୟର

355
ADVERTISEMENT


ଝାଡ଼ଖଣ୍ଡ ୧/୭(ଡ଼ି ଏଚ ବି): ପାଖରେ ଥିଲା ଗାଡି, ବିଳାସମୟ ଚାକିରୀ ଓ ଏକ ସୁନେଲି ଭବିଷ୍ୟତ | କିନ୍ତୁ ଏସବୁକୁ ଛାଡି, ସହରୀ ଜୀବନକୁ ପଛରେ ପକାଇ ନିଜ ଗାଁକୁ ଚାଲିଆସିଲେ ଏହି ଇଞ୍ଜିନିୟର | ପରିବର୍ତ୍ତନର ଧାରାରେ କେବଳ ନିଜର ଜୀବନଶୈଳୀ ବଦଳାଇବା ସବୁକିଛି ନୁହେଁ ଏକଥାକୁ ବୁଝିଥିଲେ ୩୨ ବର୍ଷୀୟ ଦେବ କୁମାର ବର୍ମା | ଝାଡ଼ଖଣ୍ଡର କତରାଶ ଜିଲ୍ଲାର ଦେବଙ୍କ ବାପା କୋଇଲା ଖଣିରେ ଶ୍ରମିକ ଥିଲେ ବି ନିଜସ୍ୱ ପରିଶ୍ରମ ଯୋଗୁଁ ଏନଆଇଟି ଓ ଆଇଆଇଏମ ଭଳି ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ପାଠ ପଢିଥିଲେ ଦେବ | ଶିକ୍ଷା ସମାପ୍ତ ପରେ ବର୍ଷକୁ ୧୫ ଲକ୍ଷ ଟଙ୍କାର ଚାକିରିର ଅଫର ମିଳିଥିଲା | ତେବେ ସେ ଅତି ନିକଟରୁ ଦେଖିଥିଲେ ଗାଁର ଚିତ୍ର।   ନିଜ ଆଖପାଖ ଅଂଚଳର ଛୋଟ ଛୋଟ ପିଲାମାନେ ପାଠ ପଢିପାରୁନଥିଲେ | ସେମାନଙ୍କ ବାପା-ମା କୋଇଲା ଖଣିରେ ଶ୍ରମିକ ଭାବେ କାମ କରୁଥିବାବେଳେ ପିଲାଙ୍କ ପାଠପଢା ପାଇଁ ପାଖରେ ସମ୍ବଳ ନ ଥିଲା | ସେଥିପାଇଁ ଦେବ ଆରମ୍ଭ କରିଥିଲେ ମାଗଣା ଟ୍ୟୁସନ ସେବା |

୫ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ କରିଥିଲେ ‘ପାଠଶାଳା’ | ପିଲାମାନେ କିଭଳି ପାଠ ପଢ଼ିପାରିବେ ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ | ଏବେ ୫୦୦ ଜଣ ପିଲାଙ୍କୁ ଶିକ୍ଷାଦାନ ଦେଉଛନ୍ତି ଦେବ | କେବଳ ଶିକ୍ଷାଦାନ ନୁହେଁ ବରଂ ମାଗଣାରେ ୟୁନିଫର୍ମ ସାଙ୍ଗକୁ କମ୍ ମୂଲ୍ୟରେ ବହି ଯୋଗାଉଛନ୍ତି ଏହି ଇଞ୍ଜିନିୟର | ଏସବୁ କରିବା କେବଳ ଦେବଙ୍କ ପାଇଁ ସମ୍ଭବ ନଥିଲା | ତେଣୁ ଦେବ ନିଜ ସାଙ୍ଗମାନଙ୍କୁ ଏହି ଅଭିଯାନ ବାବଦରେ କହିଥିଲେ | ଦେଶର ବିଭିନ୍ନ ଅନୁଷ୍ଠାନରେ ଉଚ୍ଚପଦରେ ଅବସ୍ଥାପିତ ସାଙ୍ଗମାନେ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ଯାଏଁ ସହଯୋଗ କଲେ | ଏବେ କେବଳ ପାଠ ବହିରେ ପିଲାମାନଙ୍କୁ ସୀମିତ ନ ରଖି ସେମାନଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିଛନ୍ତି ଦେବ | କମ୍ପ୍ୟୁଟର ଶିକ୍ଷା ସହ ପ୍ରୋଜେକ୍ଟର ମାଧ୍ୟମରେ ପ୍ରେରଣାଦାୟୀ କାହାଣୀ ଦେଖାଉଛନ୍ତି ଏହି ଇଞ୍ଜିନିୟର | ଦେବଙ୍କ କହିବା କଥା ଆନନ୍ଦ କୁମାରଙ୍କର ସୁପର ୩୦ ଭଳି ସେ ସୁପର ୫୦ର ପ୍ରୟାସ ଏବେ କରୁଛନ୍ତି | ନିଜ ଗାଁର ପିଲାମାନେ କିଭଳି ସୁରକ୍ଷିତ ଭବିଷ୍ୟତ ପାଇବେ ଏହା ହିଁ ତାଙ୍କର ଇଚ୍ଛା ବୋଲି ଦେବ କୁହନ୍ତି |

Advertisement