Monday, November 9, 2026
ADVERTISEMENT
Home ଆଞ୍ଚଳିକ ରୟାଲ ଫାର୍ମାସି କଲେଜର ବାର୍ଷିକ ଉତ୍ସବ ପାଳିତ

ରୟାଲ ଫାର୍ମାସି କଲେଜର ବାର୍ଷିକ ଉତ୍ସବ ପାଳିତ

330
ADVERTISEMENT

ବ୍ରହ୍ମପୁର, ୨୬/୨(ସାହେବ ନାୟକ) : ଅନ୍ଧପସରା ରୋଡ ସ୍ଥିତ ରୟାଲ ଫାର୍ମାସୀ କଲେଜର ବାର୍ଷିକ ଉତ୍ସବ ଅତି ଆଡମ୍ବର ସହ କଲେଜ କ୍ୟାମ୍ପସରେ ପାଳିତ ହୋଇଯାଇଅଛି I

୫୦୦ଛାତ୍ର ଛାତ୍ରୀ ୮୦ଜଣ ଷ୍ଟାଫ ମେମ୍ବର ଓ ଅଭିଭାବକଙ୍କ ଯୋଗଦାନରେ ଉତ୍ସବ ଟି ଅତି ଉପଭୋଗୀୟ ଓ ସ୍ମରଣୀୟ ହୋଇପାରିଛି I ଏହାର ମୁଖ୍ୟ ନିର୍ଦେଶକ ଓ ସଭାପତି ପ୍ରଫେସର ପି. ଏନ ମୂର୍ତି ଅତିଥି ମାନଙ୍କୁ ସ୍ୱାଗତ ଜଣାଇବା ସହ ଏଥିରେ ସଂଲଗ୍ନ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସହିତ କରିଥିଲେ ତଥା ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ I

ଏହି କାର୍ୟ୍ୟକ୍ରମରେ ବ୍ରହ୍ମପୁର ଏମ. କେ. ସି. ଜି ମେଡ଼ିକାଲ କଲେଜର ପ୍ରଫେସର ଡା.ରୋଜା ରମଣୀ ମୁଖ୍ୟ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ I ଏଥି ସହିତ ବ୍ରହ୍ମପୁର ଜେନର ଅବସର ପ୍ରାପ୍ତ ଡି.ଆଇ ଶ୍ରୀ ଟି. ବାସୁଦେବ ରାଓ, ସଭାପତି ଡା.ଟି. ପ୍ରକାଶ ରାଓ, ଆର. ସି. ପି. ଏଚ. ଏସର ପ୍ରିନସିପାଲ ପ୍ରଫେସର ଏସ. କେ ପଣ୍ଡା ଯୋଗଦାନ ଦେଇଥିଲେ I ବାର୍ଷିକ ଉତ୍ସବ ପାଳନ କରିବା ସହିତ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ କରାଯାଇଥିଲା I

ଏଥିରେ କଲେଜର ଛାତ୍ରଛାତ୍ରୀ ଓ କର୍ମକର୍ତାଙ୍କ ଦ୍ୱାରା ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା I ଏଥି ସହିତ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଏବଂ ଅନ୍ତର୍ନିହିତ କଳା ପରିବେଷଣ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା I

Advertisement