Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା

368
ADVERTISEMENT

ସାନଖେମୁଣ୍ଡି, ୨୦/୨(ସପନ ଦାସ) : ଭଞସାହିତ୍ୟ ବିନା ଓଡ଼ିଆ ସାହିତ୍ୟର ପରିକଳ୍ପନା ଅସମ୍ଭବ ଓ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାବଳୀ ଯୁଗ ଯୁଗ ଧରି ଭାଷା ସାହିତ୍ୟକୁ ପଥପ୍ରଦର୍ଶନ କରିବ ବୋଲି ସ୍ଥାନୀୟ ପାଟପୁର ସ୍ଥିତ ବିଶ୍ୱାସରାୟ ବିଞାନ କଲେଜ ସ୍ନାତକ ଓଡ଼ିଆ ବିଭାଗ ପକ୍ଷରୁ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଓ ପାଠଚକ୍ର ଆଲୋଚନାଚକ୍ରରେ ଆଲୋଚକ ବକ୍ତା ମାନେ ପ୍ରକାଶ କରିଛନ୍ତି।

ଅଧ୍ୟାପକ ଅନୁଜ ବେହେରାଙ୍କ ସଞୋଜନାରେ ଅନୁଷ୍ଠିତ ପାଠଚକ୍ରକୁ ଅଧ୍ୟକ୍ଷ ଡ଼ଃ ପ୍ରଦୀପ କୁମାର ବ୍ରହ୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। “ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟକୁ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ”ଶୀର୍ଷକ ପାଠଚକ୍ରରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ହରିକୃଷ୍ନ ନାୟକ ଯୋଗ ଦେଇ କବିସମ୍ରାଟଙ୍କ ସାହିତ୍ୟ କୃତି କୁ ଆଲୋକପାତ କରିଥିଲେ।

ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ଅତିଥି ଭାବେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ମହାରଣା ବିଜୟ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।

Advertisement