
ବ୍ରହ୍ମପୁର, ୨୧/୨(ବ୍ୟୁରୋ): ବିଜୟୱାଡା ଠାରୁ ବ୍ରହ୍ମପୁର ଦେଇ କୋଲକତା ୧୬ନମ୍ବର ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ସମ୍ପ୍ରସାରଣ ଯୁଦ୍ଧ କାଳୀନ ଭିତ୍ତିରେ ଚାଲୁଥିବା ବେଳେ ଦୁର୍ଘଟଣା ରୋକିବା ପାଇଁ ବ୍ରହ୍ମପୁର ହଳଦିଆପଦର ବାସଷ୍ଟାଣ୍ଡ ଠାରୁ ରଘୁନାଥପୁର ଯାଏ ସକ୍ତିଶାଳୀ କେମେରା ମାନ ବସା ଯାଇଛି କେମେରା ଗୁଡିକ ସ୍ୱୟଂଚାଳିତ ଶକ୍ତି ସମ୍ପନ ସୋଲାର ଶକ୍ତିରେ ଚାଲିବ ବ୍ୟବସ୍ଥା କରାଯାଇଛି ।

ରାଜପଥର ଜନବସତି ଅଞ୍ଚଳରେ ରାସ୍ତା ଆଲୁଅ ବ୍ୟବସ୍ତା କରାଯାଉଥିବା ବେଳେ ସହ କେମେରା ମଧ୍ୟ ଲଗାଯିବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ବ୍ରହ୍ମପୁର ସହର ଦେଇ ଗୋପାଳପୁର ରାୟପୁର ରାଜପଥରେ ମଧ୍ୟ କେମେରା ଲଗାଯାଇଛି ।
























