Saturday, September 19, 2026
ADVERTISEMENT
Home ମୁଖ୍ୟ ଖବର ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ତାଲା ପକାଇଲେ ଛଟେଇ କର୍ମଚାରୀ

ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ତାଲା ପକାଇଲେ ଛଟେଇ କର୍ମଚାରୀ

337
ADVERTISEMENT

କେନ୍ଦୁଝର, ୧/୭(ଡ଼ି ଏଚ ବି ) : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚତୁର୍ଥ ଶ୍ରେଣୀ ଛଟେଇ କର୍ମଚାରୀ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ତାଲା ପକାଇଲେ । ସୂଚନାନୁସାରେ, ଚିକିତ୍ସାଳୟରେ କାର୍ଯ୍ୟରତ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ସୁଇପର୍ ଓ ଆଟେଣ୍ଡାଣ୍ଟ୍ ଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଏଡିଏମ୍ଓ ମନା କରିଥିଲେ। ବିନା ନୋଟିସ୍‌ରେ ଅଚାନକ ଅସ୍ଥାୟୀ କର୍ମଚାରୀଙ୍କ ଛଟେଇ କରିଦେଇଥିବାରୁ କର୍ମଚାରୀମାନେ ବିରୋଧ କରି ଏଡିଏମ୍ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଘଟଣାର ସମାଧାନ ପାଇଁ ଭାରପ୍ରାପ୍ତ ସିଡିଏମ୍ଓ ପହଞ୍ଚିବା ପରେ କର୍ମଚାରୀମାନେ ଉଭୟଙ୍କୁ ଅଫିସ୍ ଭିତରେ ବନ୍ଦ ରଖି ଧାରଣାରେ ବସିଥିଲେ। ତେବେ ଅନ୍ୟତ୍ର ଥଇଥାନ ପାଇଁ ପ୍ରତିଶୃତି ଦେବା ପରେ କର୍ମଚାରୀମାନେ ଧାରଣାରୁ ଓହରିଥିଲେ।

Advertisement