ସ୍ଥାୟୀ ନିଯୁକ୍ତି ଦାବିରେ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା

267
ADVERTISEMENT

କେନ୍ଦୁଝର, ୧/୭(ଡ଼ି ଏଚ ବି ) : କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥାୟୀ କର୍ମଚାରୀମାନେ ସୋମବାର ସ୍ଥାୟୀ ନିଯୁକ୍ତି ଦାବିରେ ଏଡିଏମ୍‌ଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ରୋଗୀଙ୍କଠାରୁ ଆଦାୟ ହେଉଥିବା ଅର୍ଥରୁ ସେମାନଙ୍କୁ ଦରମା ଦିଆଯାଉଥିଲା। ତେବେ ମାଗଣା ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସରକାର ଲାଗୁ କରିବା ପରଠାରୁ ସେମାନଙ୍କୁ ଅବ୍ୟାହତି ଦିଆଯାଇଥିଲା। ବହୁ ବର୍ଷ ଧରି ସେମାନେ କାମ କରିଆସୁଥିବାରୁ ସ୍ଥାୟୀ ନିଯୁକ୍ତି ଦାବିକରି ଆସୁଛନ୍ତି। ଏବେ ସରକାରଙ୍କ ନିର୍ମଳା ଯୋଜନାରେ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ହେଉଥିଲେ ହେଁ ସେଥିରେ ସାମିଲ ନ ହୋଇ ସ୍ଥାୟୀ ନିଯୁକ୍ତି ଦାବିକରିଛନ୍ତି। ଏ ନେଇ ଗତ ଫେବୃୟାରୀରେ ଆନ୍ଦୋଳନ ହୋଇଥିଲା। ମାତ୍ର ଦାବି ପୂରଣ ନ ହେବାରୁ କର୍ମଚାରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Advertisement