ADVERTISEMENT
Home Uncategorized ଦେବୀ ମହାଲକ୍ଷ୍ମୀର ବାହାନର ଭ୍ରମ ସୃଷ୍ଟି କରୁଥିବା ବିରଳ ପେଚାର ମୃତ୍ୟୁ : ଶବ...

ଦେବୀ ମହାଲକ୍ଷ୍ମୀର ବାହାନର ଭ୍ରମ ସୃଷ୍ଟି କରୁଥିବା ବିରଳ ପେଚାର ମୃତ୍ୟୁ : ଶବ ବ୍ୟବଚ୍ଛେଦକୁ ଉପେକ୍ଷା

894
ADVERTISEMENT

ବାଲିଗୁଡା, ୧୮/୨/ସୁରେଶ କୁମାର ପଣ୍ଡା/ବ୍ରହ୍ମପୁର/ବ୍ୟୁରୋ : ପୌରାଣିକ ଯୁଗର ଦେବୀ ମହାଲକ୍ଷ୍ମୀଙ୍କ ବାହାନ ଧବଳ ପେଚାର ଭ୍ରମ ସୃଷ୍ଟି କରୁଥିବା ଈଷତ ଲାଲମାଟି ରଙ୍ଗର ଏକ ବିରଳ ପେଚାକୁ ଦେବୀଙ୍କ ବାହାନ ଭାବି ବାଲିଗୁଡା ଜଗନ୍ନାଥ ମନ୍ଦିରରେ ଗୋଡ଼ବାନ୍ଧି ପୂଜାର୍ଚ୍ଚନା ସହ ଦାନ ଦକ୍ଷିଣା ଆଦାୟ କରାଯାଉଥିବା ବେଳେ ତାହାର ମୃତ୍ୟୁ ହୋଇଯାଇଛି ।

ମୃତ ପକ୍ଷୀର ଶବକୁ ବ୍ୟବଚ୍ଛେଦ ନ କରି ପୋତା ଯାଇଥିବା କିମ୍ବା କୌଣସି ଅଜଣା ସ୍ଥାନରେ ଫିଙ୍ଗି ଦିଆଯାଇଥିବା ସ୍ୱଷ୍ଟ ନ ହେଲେ ମଧ୍ୟ ବନ ବିଭାଗ ପାଖେ ଏଭଳି କୌଣସି ଖବର ନ ଥିବା ବିଭାଗୀୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ? ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ସପ୍ତାହ ତଳେ ଏଭଳି ଏକ ପକ୍ଷୀକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଉଦ୍ଧାର କରି ବନ ବିଭାଗ ଦ୍ୱାରା ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ସେହି ପକ୍ଷୀଟି ଫେରି ଆସିଛି କିମ୍ବା ସେହି ଜାତୀୟ ଅନ୍ୟ ପକ୍ଷୀ ବାଟବଣା ହୋଇ ଜନବସତି ଅଞ୍ଚଳକୁ ପଶି ଆସି ଥାଇପାରେ ବୋଲି ମଧ୍ୟ ସାଧରଣରେ ଚର୍ଚ୍ଚା ହେଉଛି । ଏହି ଜାତୀୟ ବିରଳ ପକ୍ଷୀ ସାଧାରଣତଃ ଥଣ୍ଡାଅଞ୍ଚଳରେ କେବେ କେମିତି ଦେଖା ଯାଉଥିବା ପରିବେଶବିତ ମାନେ କହୁଥିବା ବେଳେ ଖାଦ୍ୟ ଓ ଜଳ ଅଭାବ ଯୋଗୁଁ ପକ୍ଷୀମାନେ ଖାଦ୍ୟ ପାଇଁ ଜନବସତି ଅଞ୍ଚଳକୁ ପଶି ଆସିଥିବା ମଧ୍ୟ ଏକ କାରଣ ହୋଇପାରେ ଅନ୍ୟମାନେ ମତ ଦେଇଛନ୍ତି ।

Advertisement