Saturday, September 5, 2026
ADVERTISEMENT
Home ମୁଖ୍ୟ ଖବର ଟ୍ରକ୍ ଧର୍ମଘଟ, ୭ ହଜାରରୁ ଅଧିକ ଟ୍ରକ ସାମିଲ୍

ଟ୍ରକ୍ ଧର୍ମଘଟ, ୭ ହଜାରରୁ ଅଧିକ ଟ୍ରକ ସାମିଲ୍

319
ADVERTISEMENT

ଅନୁଗୋଳ,୧/୭ (ଡ଼ିଏଚବି): ଉଚିତ ଭଡ଼ା ମିଳୁ ନଥିବା ପ୍ରତିବାଦରେ ତାଳଚେର ଟ୍ରକ୍ ମାଲିକ ସଂଘ ତରଫରୁ ଟ୍ରକ୍ ଧର୍ମଘଟ। ଫଳରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଆନ୍ଦୋଳନରେ  ତାଳଚେର ଅଞ୍ଚଳର ପ୍ରାୟ ୭ ହଜାର ଟ୍ରକ୍‌ ସାମିଲ୍ ହୋଇଛନ୍ତି। ତାଳଚେର ସ୍ଥିତ ବିଭିନ୍ନ କୋଇଲା ଖଣିରେ ନିୟୋଜିତ ସମସ୍ତ କୋଇଲା ପରିବହନକାରୀ ଟ୍ରକ୍‌ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ରାଜ୍ୟ ଟ୍ରକ୍‌ ମାଲିକ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିଛି ବୋଲି ତାଳଚେର ଟ୍ରକ୍ ମାଲିକ ସଂଘ କହିଛି। ସରକାର ଏବେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଯେଉଁ ଭଡ଼ା ଧାର୍ଯ୍ୟ କରିଛନ୍ତି ତାହା ଉଚିତ ନୁହେଁ l ବୀମା ଏବଂ ଗାଡ଼ିର ଯନ୍ତ୍ରାଂଶ ଦର ବୃଦ୍ଧି ପାଇଛି। ଏଣୁ ପୂର୍ବ ଦରରେ କୋଇଲା ପରିବହନ ଆଉ ସମ୍ଭବ ନୁହେଁ l ଏଣୁ ଆର.ଟି.ଓ ରିପୋର୍ଟ ଅନୁସାରେ ଗାଡ଼ି ପରମିଟ୍, ଫିଟ୍‌ନେସ୍, ଟ୍ୟାକ୍ସ, ଇନ୍‌ସୁରାନ୍ସ ଆଦିକୁ ଦୃଷ୍ଟିରେ ରଖି ସରକାର କିଲୋମିଟର୍ ପିଛା ଭଡ଼ା ଧାର୍ଯ୍ୟ କରିବାକୁ ସଂଘ ଦାବି କରିଛି l ଠିକ୍‌ ଦର ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି।

Advertisement