ନୁଆଦିଲ୍ଲୀ, ୧୪/୨(ଡିଏଚ) : ଫେବୃଆରୀ ୨୪ ଓ ୨୫, ୨୦୨୦ରେ ଆମେରିକା ରାଷ୍ଟ୍ରପତିଙ୍କ ଆଗାମୀ ଭାରତ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ଗସ୍ତ ସ୍ଵତନ୍ତ୍ର ଏବଂ ଦୁଇ ଦେଶର ବନ୍ଧୁତ୍ଵପୂର୍ଣ୍ଣ ସଂପର୍କକୁ ମଜବୁତ କରିବାରେ ଏହା ସୁଦୂର ପ୍ରସାରୀ ପ୍ରଭାବ ପକାଇବ ।



















