Thursday, November 5, 2026
ADVERTISEMENT
Home ଆଞ୍ଚଳିକ ନରସିଂହ ମିଶ୍ରଙ୍କୁ ସଚେତନ ମହିଳା ମଞ୍ଚର ସାକ୍ଷାତ

ନରସିଂହ ମିଶ୍ରଙ୍କୁ ସଚେତନ ମହିଳା ମଞ୍ଚର ସାକ୍ଷାତ

388
ADVERTISEMENT

ବଲାଙ୍ଗୀର,୧୨/୨(ସୁନୀଲ ତ୍ରୀପାଠୀ): ବଲାଙ୍ଗୀରରେ ପରିଶ୍ରାଗାରର ଉତ୍କଟ ସମସ୍ୟା ଏବଂ ଏଥିଯୋଗୁଁ ଜନସାଧାରଣ ହଇରାଣ ହେଉଥିବା ବିଶେଷକରି ମହିଳାମାନଙ୍କ ଅସୁବିଧା ବିଷୟରେ “ବଲାଙ୍ଗୀର ସଚେତନ ମହିଳା ମଞ୍ଚ” ର ସଦସ୍ୟାମାନେ ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କୁ ଭେଟି ପରିଶ୍ରାଗାର ତୁରନ୍ତ ନିର୍ମାଣ ପାଇଁ ଦାବି କରିଥିଲେ । ତା’ ସହିତ ବିଭିନ୍ନ ପୂଜା ପର୍ବାଣି ଓ ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ କିପରି ରୋକିହେବ ତା ବିଷୟରେ ଆଲୋଚନା କରିଥିଲେ l ବିଧାୟକ ମିଶ୍ର କହିଥିଲେ ଯେ ପୌରପାଳିକା ପରିଶ୍ରାଗାର ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି ଏବଂ ଆଉ ଅଧିକ ଗୁଡିଏ କେମିତି ନିର୍ମାଣ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l ଏହି ସାକ୍ଷାତ ଆଲୋଚନାରେ ମଞ୍ଚର ସଦସ୍ୟା ମାଳତୀ ଉଦ୍‌ଗାତା, ସାଗରୀକା ଗୁରୁ, ତପସ୍ୱିନୀ ପଶାୟତ, କୁସୁମ ଶତପଥି, ବୀଣାପାଣି ଆଚାର୍ଯ୍ୟ, ପ୍ରମିଳା ମିଶ୍ର, ନିହାରିକା ମିଶ୍ର, ମୈତ୍ରୀ ସାହୁ, କବିତା ମିଶ୍ର, ରଂଜିତା ମିଶ୍ର, କସ୍ତୁରୀ ରଥ, କଳ୍ପନା ସାହାଣୀ, ସୁଧା ସ୍ଵାଇଁ ଓ ଅନୁସୂୟା ବେଜ ଭାଗ ନେଇଥିଲେ l

Advertisement