Wednesday, August 19, 2026
ADVERTISEMENT
Home ରାଜ୍ୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ, ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା...

ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ, ରାଜ୍ୟରେ ତିନିଦିନ ଧରି ଲଗାଣ ବର୍ଷା ସମ୍ଭାବନା

367
ADVERTISEMENT



ଭୁବନେଶ୍ୱର୩୦/୬(ଡ଼ିଏଚବି): ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତିନିଦିନ ଧରି ଲଗାଣ ବର୍ଷା ସମ୍ଭାବନା ରହିଛି। ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ିଘଡ଼ି ସହିତ  ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ରିପୋର୍ଟ ପ୍ରକାଶ ପାଇଛି।

ତେବେ ଏହାର ପ୍ରଭାବରେ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କଟକ ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଛି। ସେହିପରି ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସେହିପରି ୩୦ରୁ ୧ ତାରିଖ ଭିତରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭବାନା ଥିବା ବେଳେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏତଦ୍‌ ବ୍ୟତୀତ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, କନ୍ଧମାଳ ଓ ମଲାକାନଗିରି ଆଦି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରାଯାଇଛି।



Advertisement