Friday, November 6, 2026
ADVERTISEMENT
Home ଆଞ୍ଚଳିକ ପୁରାତନ ଛାତ୍ର ସଂସଦର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ

ପୁରାତନ ଛାତ୍ର ସଂସଦର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ

303
ADVERTISEMENT

ଛତ୍ରପୁର,୯/୨(ଡିଏଚ) ; ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠଶ୍ବର ବିଦ୍ୟାପୀଠର ପୂରାତନ ଛାତ୍ରସଂସଦର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ସଭାପତି ଗଦାଧର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଇ ସମ୍ବର୍ଦ୍ଧନା ସଭାରେ ସଦ୍ୟ ଅଧିକ୍ଷଣ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିବା ଇଂ ବିପ୍ରଚରଣ ପ୍ରଧାନ ଓ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ଇଂ କୈଳାସ ଚନ୍ଦ୍ର ବେହେରା ପୂରାତନ ଛାତ୍ର ଦ୍ବୟଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂସଦର ସଂପାଦକ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଂସଦର ବିବରଣୀ ପ୍ରଦାନ କରି ଆଭିମୂଖ୍ୟ ସମ୍ପର୍କରେ ଉଦ୍ ବୋଧନ ଦେଇଥିଲେ।ସଂସଦର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଶତପଥି ପୁରାତନ ଛାତ୍ର ଜଟେଶ୍ବର ପ୍ରଧାନ,ଧୃବଚରଣ ସେଠୀ,ବାସୁଦେବ ନାହାକ,ସୂର୍ୟ୍ୟନାରାୟଣ ବିଷୋୟୀ ପଦ୍ମନାଭ ମହାରଣା ପ୍ରମୁଖ ଉଦ୍ ବୋଧନ ଦେଇଥିଲେ।

ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ବିଷୋୟୀ,ପୂର୍ବତନ ସରପଞ୍ଚ ବି:ସୁଦାମ,ଉମାଚରଣ ବିଷୋୟୀ,ଅନିଲ ବିଷୋୟୀ,ସୁରେଷ ମହାନ୍ତି,ରାମହରି ମହାନ୍ତି,ଚନ୍ଦ୍ରଶେଖର ଦାଶ ପ୍ରମୁଖ କାର୍ୟ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ।ଆଗାମୀ ୨୦୨୧ ଜୁନ୍ ମାସରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Advertisement