ବଲାଙ୍ଗୀର,୯/୨(ସୁନୀଲ ତ୍ରୀପାଠୀ): ଗତ ଜାନୁଆରୀ ୨୩ ତାରିଖରେ ଦେଓଗାଁ ବ୍ଲକ ଅନ୍ତର୍ଗତ କୁଡାସିହା ଗ୍ରାମର ଉଜ୍ଜଳ ସାହୁଙ୍କ ଘରେ 7 ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଗହଣା ଓ ଟଙ୍କା ଲୁଟ କରିଥିଲେ l ସିସିଟିଭି ଫୁଟେଜ କୁ ଆଧାର କରି ପୁଲିସ ତଦନ୍ତ କରିଥଲା ଆଜି ସେଇ ୭ଜଣ ଡକାୟତଙ୍କୁ ବଲାଙ୍ଗୀର ସଦର ପୁଲିସ ଗିରଫ କରିଛି l ଅଭିଯୁକ୍ତ ଡକାୟତ ମାନେ ହେଲେ ୩ ଜଣ ଲକ୍ଷ୍ମଣ ସୁନା, ମିଥୁନ ସୁନା, ଘୁଁଡୁ ବାରିକ, ଦେଓଗାଁ, ରାଜୁ ମହାନନ୍ଦ -ତୁଷୁରା ଓ ଆଉ ୩ଜଣ ପୂର୍ଣଚନ୍ଦ୍ର ମହାରଣା , ପ୍ରଭାତ କୁମାର ନାୟକ ଏବଂ ହୁଲରି ସ୍ୱାଇଁ -ନୟାଗଡ l ଏମାନଙ୍କ ଠାରୁ ପୁଲିସ ୬୮୫୦ଟଙ୍କା, ୪ ମୋବାଇଲ, ଗୋଟିଏ ବୋଲେରୋ ଗାଡ଼ି ଗୋଟିଏ ଓଟ ରିକ୍ସା, ଏବଂ ଗୋଟିଏ ହିରୋ ହୋଣ୍ଡା ଗାଡି ଜବତ କରିଛି l ସମସ୍ତ ଡକାୟତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ସଦର ଥାନା ଅଧିକାରୀ ଶ୍ରୀ ତୋଫାନ ବାଗ l

















