ଗାଈ ମାଲିକଙ୍କ ବେପରୁଆ ମନ ଭାବ, ଗାଈ ଜୀବନ ପ୍ରତି ବିପଦ

423
ADVERTISEMENT

ବ୍ରହ୍ମପୁର , ୭/୨(ଡି.ଏଚ) : ମାଲିକମାନେ ନିଜ ଗାଈମାନଙ୍କ ଠାରୁ କ୍ଷୀର ଆଦାୟ କରିବାପରେ ଗାଈ, ବାଛୁରୀ ମାନଙ୍କୁ ରାସ୍ତାରେ ଛାଡ଼ିଦିଅନ୍ତି । ନିଜ ନିଜର ଆହାର ସଂଗ୍ରହ କରିବା ପାଇଁ ସହରର ବିଭିନ୍ନ ଗଳିକନ୍ଦିରେ ପଶି ପଡ଼ିଥିବା ଆବର୍ଜନା ଖାଇ ଦୁର୍ଘଟଣାରେ ଶିକାର ହୋଇଥାନ୍ତି…। ଆଜି ଠିକ୍ ଏହିଭଳି ଅନାହାର ରେ ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ଏକ ନିରୀହ ବାଛୁରୀ ଟିଏ ।

ବ୍ରହ୍ମପୁର ହରିଡ଼ାଖଣ୍ଡି ନିକଟସ୍ଥ ଶାନ୍ତି ନଗର ପଞ୍ଚମ ଗଲିରେ ଅସହାୟ ଅବସ୍ଥାରେ ଦୀର୍ଘ ଘଣ୍ଟା ଧରି ପଡି ରହିଥିବା ବାଛୁରୀଟିର ସୋସିଆଲ ମିଡ଼ିଆ ମାଧ୍ୟମରେ ଖବର ପ୍ରକାଶ ପାଇବା ମାତ୍ରେ ଗୋରୁଗାଈ ସେବାରେ ନୀୟଯିତ ଥିବା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ସ୍ବେଚ୍ଛାସେବୀ ସାଇ ଶଙ୍କର ସାହୁ, ନାରାୟଣ ମହାପାତ୍ର, କୃଷ୍ଣ ଚନ୍ଦ୍ର ଗୌଡ, ଚିତ୍ରସେନ ମହାପାତ୍ରଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ସଂଗେ ସଂଗେ ପଶୁ ଚିକିତ୍ସାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ବାଛୁରୀଟିର ଚିକିତ୍ସା କରିଥିଲେ ।

ବାଛୁରୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଇଞ୍ଜେକସନ, ମେଡ଼ିସିନ ଏବଂ ସାଲାଇନ୍ ଦିଆଯିଵା ସହ ନିଆଁ ଲଗାଇ ବାଛୁରୀଟିକୁ ସେକ ଦିଆଯାଇଥିଲା । ସେକ ଦେବା ପରେ ବାଛୁରୀଟିର ସ୍ବାସ୍ଥ୍ୟ ଧୀରେ ଧୀରେ ଠିକ୍ ହେବାର ଲାଗିଛି । ସ୍ବେଛାସେବୀ, ଡକ୍ଟର ଏବଂ ସ୍ଥାନୀୟ ଲୋକେ ମାନବିକତା ଧନ୍ୟବାଦର ପାତ୍ର I

Advertisement