ପ୍ରଥମ ଦିନରେ ଫିଲ୍ମ ‘ଆର୍ଟିକିଲ ୧୫’ର ଭଲ ବ୍ୟବସାୟ

316
ADVERTISEMENT

ନୂଆଦିଲ୍ଲୀ, ୨୯/୬(ଡ଼ିଏଚବି): ଗତକାଲି ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଆର୍ଟିକିଲ ୧୫କୁ ଭଲ ରିଭ୍ୟୁ ମିଳିଛି । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ । ଏହି ଫିଲ୍ମରେ ଯେଉଁ ମାମଲାକୁ ଦୃଷ୍ଟି କେନ୍ଦ୍ରୀଭୂତ କରାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମ ଦିନରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ୫.୨ କୋଟି ବ୍ୟବସାୟ କରିଥିବା ବେଳେ ଏହି ଫିଲ୍ମ ବିବାଦ ଆଡକୁ ମଧ୍ୟ ଗତି କରୁଛି ।

ବିବାଦ କଥା କହିବାକୁ ଗଲେ, ଫିଲ୍ମ ଜରିଆରେ ସମାଜର ଏକ ବର୍ଗ ଉପରକୁ ଆକ୍ରମଣ କରାଯାଇଛି । ତେବେ ଫିଲ୍ମକୁ ନେଇ ଚାଲିଥିବା ବିବାଦ ଉପରେ ଫିଲ୍ମର ନିର୍ଦ୍ଦେଶକ ଅନୁଭବ ସିହ୍ନା ସୋସାଲ ମିଡିଆରେ ଜବାବ ଦେଇଛନ୍ତି । ଫିଲ୍ମରେ ଆୟୁଷ୍ମାନ ଜଣେ ପୁଲିସ ଇନସପେକ୍ଟର ଭୂମିକାରେ ଅଛନ୍ତି । ସେ ନିଜ ଦେଶକୁ ଖୁବ୍ ଭଲପାନ୍ତି । ଏବଂ ତାଙ୍କର ପୋଷ୍ଟିଙ୍ଗ ଏକ ଗ୍ରାମୀଣ ଅଞ୍ଚଳରେ ହୋଇଛି ।

Advertisement