Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ରଥଖଳା: ଚନ୍ଦ୍ରଶାଳି, ନାଟଗୋଡ଼ ଓ ପୋଟଳ କାମ ଶେଷ

ରଥଖଳା: ଚନ୍ଦ୍ରଶାଳି, ନାଟଗୋଡ଼ ଓ ପୋଟଳ କାମ ଶେଷ

291
ADVERTISEMENT

ପୁରୀ, ୨୯/୬(ଡ଼ିଏଚବି): ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଅଳ୍ପଦିନ ବାକିଥିବା ବେଳେ ସେପଟେ ରଥନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଉଛନ୍ତି ସେବକମାନେ। ଆଜି ତିନି ରଥର ଚନ୍ଦ୍ରଶାଳି କାମ ଶେଷ ହୋଇଛି। ତିନି ରଥରେ ୪ଟି ଲେଖାଏଁ କରି ୧୨ଟି ଚନ୍ଦ୍ରଶାଳି ଆବଶ୍ୟକ ହୋଇଥାଏ। ସେପଟେ ନାଟଗୋଡ଼ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଟଳ କାମ ‌ଶେଷ ହୋଇଥିବା ବେଳେ ତାଗବାଡ଼ିଆ କାମ ଆଗେଇ ଚାଲିଛି। ତିନି ରଥ ପାଇଁ ଆବଶ୍ୟକ କନକମୁଣ୍ଡି କାମ ବି ଆଜି ଶେଷ ହୋଇଛି।

ଅନ୍ୟପଟେ ଅଁଳା, ପୋଟଳ, ଗାରେଡ଼ି ଆଦି କାମ ଜୋରସୋରରେ ଚାଲିଛି। ବିଶ୍ବକର୍ମା ସେବକ, ଭୋଇ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଓଝା ସେବକ, ଦର୍ଜୀ ସେବକମା‌ନେ ତିନି ରଥ ପାଇଁ ଆବଶ୍ୟକ କାର୍ଯ୍ୟକୁ ବର୍ତ୍ତମାନ ଜୋରସୋରରେ ଆଗେଇ ନେଉଛନ୍ତି।

Advertisement