Tuesday, September 8, 2026
ADVERTISEMENT
Home ମୁଖ୍ୟ ଖବର ଗଜପତି ପୋଲିସ ପକ୍ଷରୁ ସି-ଟିମର ୱେବସାଇଟ୍ ଓ ଫୋନ୍ ନଂ ଲୋକାର୍ପିତ

ଗଜପତି ପୋଲିସ ପକ୍ଷରୁ ସି-ଟିମର ୱେବସାଇଟ୍ ଓ ଫୋନ୍ ନଂ ଲୋକାର୍ପିତ

329
ADVERTISEMENT

ପାରଳାଖେମୁଣ୍ଡି, ୨୯/୬(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ପାରଳା ପୋଲିସ ପକ୍ଷରୁ ନୂତନ ଭାବେ ମହିଳାମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପାଇଲଟ ପ୍ରୋଜେକ୍ଟ ସି-ଟିମ ଉଦଘାଟିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥିଭାବେ କଟକ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ କେ. ଆର. ମହାପାତ୍ର ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ସି-ଟିମର ଶୁଭ ଉଦଘାଟନ କରିଥିଲେ। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଅନ୍ଯତ୍ର ଅତିଥିଭାବେ ଯୋଗଦେଇ ଏହି ସି-ଟିମର କାର୍ଯ୍ୟକଳାପ ଏବଂ ଏହା କିପରି ଭାବେ ସଫଳ ରୂପାୟନ ହେବ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ସି-ଟିମର ନୂତନ ୱେବସାଇଟ୍ www.sheteamgajapati.com କିପରି କାର୍ଯ୍ୟକରିବ ସେନେଇ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ସି-ଟିମକୁ ସହରର ଯେକୌଣସି ସ୍ଥାନରୁ ଯୋଗାଯୋଗ କରିବା ପାଇଁ ଦୁଇ ଗୋଟି ଫୋନ୍ ନଂ ମଧ୍ୟ ଦିଆଯାଇଛି। ସେ ନମ୍ବରଗୁଡିକ ହେଲା ୦୬୮୧୫-୨୨୨୩୮୮ ଏବଂ ୯୪୩୯୯୧୬୭୦୭ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଶିଶୁ କଳାକାରମାନଙ୍କୁ ନେଇ ସି-ଟିମ ଥିମ୍ ସଂଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଛୋଟଛୋଟ ନାଟକ ମଧ୍ଯ ପିଲାମାନେ ପରିବେଷଣ କରିଥିଲେ। ଏସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ୱାରା କରାଯାଇଥିଲା। ତେବେ ସି-ଟିମର ସଚେତନତା ସପ୍ତାହ ପାଳନ ଅବସରରେ ଯେଉଁ ଡିବେଟ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଇତ୍ଯାଦି ଅନୁଷ୍ଠିତ ହୋଇଥିଲା ତାହାର ସଫଳତା ସ୍ୱରୂପ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ସି-ଟିମ ଜଣେ ମହିଳା ଏସ୍.ଆଇ.ଙ୍କ ନେତୃତ୍ୱରେ କାଯ୍ୟକରିବ ଏବଂ ଏହି ସି-ଟିମ ପାଇଁ ଏକ ସ୍ବତନ୍ତ୍ର ପୋଷାକ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Advertisement