ପାଇକମାଲ ପୋଲିସଙ୍କୁ ମିଳିଛି ବଡ଼ ସଫଳତା

350
ADVERTISEMENT

ପାଇକମାଲ,(କୁଞ୍ଜ ସାହୁ)୨।୨: ପାଇକମାଲ ପୋଲିସଙ୍କୁ ମିଳିଛି ଏକ ବଡ଼ ସଫଳତା । ଟେମରିମାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସଫଳ ହେଇଛି ପୋଲିସ । ଡିସେମ୍ବର ୨୦ ତାରିଖ ଟେମରିମାଲର ଠାରେ ୨୩ ବର୍ଷୀୟ ଅବିବାହିତ ଝିଅ ଶୌଚ ପାଇଁ ଘରୁ ବାହାରି ଆଉ ଘରକୁ ଫେରି ନଥିଲା । ପରିବାର ଲୋକେ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ଝିଅର କ୍ଷତ ବିକ୍ଷତ ମୃତଦେହ ଠାବ କରିଥିଲେ । ପୋଲିସ ସାଇଣ୍ଟିଫିକ ଦଳ ଘଟଣା ସ୍ଥଳକୁ ପହଂଛି ତଦନ୍ତ କରିଥିଲେ । ପ୍ରାୟ ୧୫ ଦିନ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହେଇଥିଲା । ପୋଲିସ ଟେମରିମାଲ ଗ୍ରାମର କର୍ଣ ଅମରି (୩୨) ଓ ଡ଼ମରୁ ଅମରି (୩୨) କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେଶ ନଂ ୨୩୪ ଧାରା୧୯/ୟୁଏସ୍‌ ୩୦୨, ୨୦୧, ୩୭୬(ଡି),୧୨୦(ବି)/୩୪ ଆଇପିସି ରେ ମାମଲା ରୁଜୁ କରି ଥିଲେ ।

Advertisement