Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ବଜେଟ ଯୋଗୁଁ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଷ୍ଟକବଜାର ଖୋଲା ରହିବ

ବଜେଟ ଯୋଗୁଁ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଷ୍ଟକବଜାର ଖୋଲା ରହିବ

329
ADVERTISEMENT

ଭୁବନେଶ୍ୱର,୩୦।୧( ଡିଏଚ ) : ଆସନ୍ତା ଶନିବାରଦିନ କେନ୍ଦ୍ର ବଜେଟ ଉପସ୍ଥାପନ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବ୍ୟାଙ୍କଗୁଡ଼ିକର ସୁଧାର ପାଇଁ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଶନିବାର ସାଧାରଣତଃ ବନ୍ଦ ରହୁଥିବା ଷ୍ଟକବଜାର ଖୋଲା ରହିବ । କିନ୍ତୁ ଧର୍ମଘଟ ଯୋଗୁଁ ସେହିଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ବଜେଟ ପାଇଁ ଶନିବାରଦିନ କାରବାର ଜାରି ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ନୋଟିସ ଜାରି କରାଯାଇଛି । ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ ରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ କାରବାର ବନ୍ଦ ରହିବ । ଦରମା ବୃଦ୍ଧି ପ୍ରସଙ୍ଗରେ ଇଣ୍ଡିଆନ ବ୍ୟାଙ୍କ ସଂଘ ସହିତ ଚାଲିଥିବା କଥାବାର୍ତ୍ତା ବିଫଳ ହେବାରୁ ବ୍ୟାଙ୍କ ୟୁନିଅନଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି ।

Advertisement