Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ୩୦ରୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

୩୦ରୁ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

330
ADVERTISEMENT



କଟକ ୨୯/୬(ଡ଼ିଏଚବି): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଅରିଜିନାଲ ପାସ୍ ସାର୍ଟିଫିକେଟ୍, ମାଇଗ୍ରେସନ ସାର୍ଟିଫିକେଟ୍, ଏଫ୍-ଗ୍ରେଡ୍ ପରୀକ୍ଷାଥୀଙ୍କ ମାର୍କସିଟ୍ ସମେତ ସମସ୍ତ ପରୀକ୍ଷାର୍ଥୀଙ୍କ ଟାବୁଲେସନ୍‌ ରେଜିଷ୍ଟ୍ରାର ଆସନ୍ତା ୩୦ ଓ ଜୁଲାଇ ୧ତାରିଖ ଦୁଇ ଦିନରେ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ। ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରିକୃତ କାର୍ଯ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫ‌ିକେଟ୍, ମାର୍କସିଟ ସଂଗ୍ରହ କରିପାରିବେ। ସଂପୃକ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ମାନେ ମାର୍କସିଟ୍ ବିତରଣ ପ୍ରକ୍ରିୟା କିପରି ଶୃଙ୍ଖଳିତ ହେବ ସେ ଦିଗରେ ଧ୍ୟାନ ଦେବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିତରଣ ପ୍ରକ୍ରିୟାରେ କିଛି ସମସ୍ୟା ଉପୁଜିଲେ ବିତରଣ କେନ୍ଦ୍ରର ମୁଖ୍ୟମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବେ। ସ୍କୁଲର ପ୍ରଧାନଶିକ୍ଷକ ବା ତାଙ୍କ ପ୍ରତିନିଧି ସାର୍ଟିଫିକେଟ୍ ଗ୍ରହଣ କରିବା ସମୟରେ ଠିକ୍‌ ଭାବେ ଯାଞ୍ଚ କରିବେ। ଯଦି କିଛି ପିଲାଙ୍କ ସାର୍ଟିଫିକେଟ୍ ନଥାଏ, ତେବେ ତୁରନ୍ତ ଦାୟିତ୍ବରେ ଥିବା ବୋର୍ଡ ଅଧିକାରୀଙ୍କୁ ଅବଗତ କରିବେ। ଯଦି ଗ୍ରହଣ କରିଥିବା କୌଣସି ସାର୍ଟିଫିକେଟରେ କିଛି ତ୍ରୁଟି ରହିଥାଏ, ତେବେ ତ୍ରୁଟିଯୁକ୍ତ ସାର୍ଟିଫିକେଟ୍‌ଗୁଡ଼ିଙ୍କୁ ଜୁଳାଇ ୧୦ତାରିଖ ମଧ୍ୟରେ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ସୂଚନା ଦିଆଯାଇଛି।

କଟକ ଜିଲ୍ଲା ପାଇଁ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ, ଜଗତସିଂହପୁର ପାଇଁ ଏସ୍‌.କେ.‌ଏକାଡେମି(ଜଗତସିଂହପୁର), ଯାଜପୁର ପାଇଁ ଯାଜପୁର ଜିଲ୍ଲା ସ୍କୁଲ, ଅନୁଗୁଳ ପାଇଁ ଅନୁଗୁଳ ଡିଇଓ କାର୍ଯ୍ୟାଳୟ, ଢ଼େଙ୍କାନାଳ ପାଇଁ ବି.ବି. ହାଇସ୍କୁଲ(ଢ଼େଙ୍କନାଳ), ପୁରୀ ଜିଲ୍ଲା ପାଇଁ ସରକାରୀ ବାଳିକା ବିଦ୍ୟାଳୟ(ଖ‌ୋର୍ଧା), ଖୋର୍ଧା ଜିଲ୍ଲା ପାଇଁ ବୋର୍ଡର ଭୁବନେଶ୍ବର ଜୋନ୍ ଅଫିସ, ବାଲେଶ୍ବର ପାଇଁ ବୋର୍ଡର ବାଲେଶ୍ବର ଜୋନ୍ ଅଫିସ, ନୟାଗଡ଼ ପାଇଁ ବ୍ରଜେନ୍ଦ୍ର ହାଇସ୍କୁଲ(ନୟାଗଡ଼), ଭଦ୍ରକ ପାଇଁ ଭ୍ରଦକ ଜିଲ୍ଲା ସ୍କୁଲ, କେନ୍ଦୁଝର ପାଇଁ ଏନ୍‌.ଏସ୍.ପୁଲିସ ହାଇସ୍କୁଲ(କେନ୍ଦୁଝର), ବାରିପଦା ପାଇଁ ଏମ୍‌କେସି ହାଇସ୍କୁଲ(ବାରିପଦା), ଗଜପତି ପାଇଁ ଗଜପତି ଡିଇଓ ଅଫିସ, ଗଞ୍ଜାମ ପାଇଁ ବୋର୍ଡର ବ୍ରହ୍ମପୁର ଜୋନ୍ ଅଫିସ, ବୌଦ୍ଧ ପାଇଁ ବୌଦ୍ଧ ଡିଇଓ ଅଫିସ, କନ୍ଧମାଳ ପାଇଁ କନ୍ଧମାଳ ଡିଇଓ ଅଫିସ, କଳାହାଣ୍ଡି ପାଇଁ ବି.ଏମ୍. ହାଇସ୍କୁଲ(ଭବାନୀପାଟଣା), ନୂଆପଡ଼ା ପାଇଁ ନ୍ୟାସନାଲ ହାଇସ୍କୁଲ(ନୂ୍ଆପଡ଼ା), ବରଗଡ଼ ପାଇଁ ଜର୍ଜ ହାଇସ୍କୁଲ(ବରଗଡ଼), ସମ୍ବଲପୁର ପାଇଁ ବୋର୍ଡର ସମ୍ବଲପୁର ଜୋନ ଅଫିସ, ଦେଓଗଡ଼ ପାଇଁ ଆର୍‌ବିଓ ହାଇସ୍କୁଲ(ଦେଓଗଡ଼), ଝାରସୁଗୁଡ଼ା ପାଇଁ ଝାରସୁଗୁଡ଼ା ଡିଇଓ ଅଫିସ, ବଲାଙ୍ଗୀର ପାଇଁ ପି.ଆର୍. ହାଇସ୍କୁଲ (ବଲାଙ୍ଗୀର), ସୁବର୍ଣ୍ଣପୁର ପାଇଁ ସରକାରୀ ବାଳିକା ହାଇସ୍କୁଲ(ସୋନପୁର), ସୁନ୍ଦରଗଡ଼ ପାଇଁ ସରକାରୀ ବାଳିକା ହାଇସ୍କୁଲ(ସୁନ୍ଦରଗଡ଼), କୋରାପୁଟ ପାଇଁ ବୋର୍ଡର ଜୟପୁର ଜୋନ ଅଫିସ, ମାଲକାନାଗିରି ପାଇଁ ମାଲକାନାଗିରି ଡିଇଓ ଅଫିସ, ନବରଙ୍ଗପୁର ପାଇଁ ନବରଙ୍ଗପୁର ଡିଇଓ ଅଫିସ, ରାୟଗଡ଼ା ପାଇଁ ରାୟଗଡ଼ା ଡିଇଓ ଅଫିସରେ ସଂପୃକ୍ତ ଜିଲ୍ଲାର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସମସ୍ତ ସାର୍ଟିଫିକେଟ୍ ମିଳିବ ବୋଲି ବୋର୍ଡ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।



Advertisement