Wednesday, September 23, 2026
ADVERTISEMENT
Home ମୁଖ୍ୟ ଖବର ରାତି ଅଧରେ ବ୍ୟାଙ୍କ ଭିତରେ ପଶି ଦୁର୍ବୃତ୍ତଙ୍କ ଉତ୍ପାତ,ଡକାୟତି ଯୋଜନା ପଣ୍ଡ

ରାତି ଅଧରେ ବ୍ୟାଙ୍କ ଭିତରେ ପଶି ଦୁର୍ବୃତ୍ତଙ୍କ ଉତ୍ପାତ,ଡକାୟତି ଯୋଜନା ପଣ୍ଡ

314
ADVERTISEMENT



କଟକର ୨୯/୬(ଡ଼ିଏଚବି) : ରାଣୀହାଟ-ମଙ୍ଗଳାବାଗ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏସ୍‌ବିଆଇ ଶାଖାରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ ଗ୍ରିଲ୍‌ ଭାଙ୍ଗି ଭିତରେ ପଶିବା ପରେ ଷ୍ଟ୍ରଙ୍ଗ୍‌ରୁମ୍‌ ଖୋଲିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବ୍ୟାଙ୍କରେ ଲାଗିଥିବା ସାଇରନ୍‌ ବାଜିବାରୁ ଦୁର୍ବୃତ୍ତମାନେ ଭୟରେ ବ୍ୟାଙ୍କ ଛାଡ଼ି ଫେରାର ହୋଇଯାଇଥିଲେ। କିନ୍ତୁ ତା’ ପୂର୍ବରୁ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ବସି କୋଲ୍‌ଡ ଡ୍ରିଙ୍କ୍‌ ପିଇବା ଏବଂ ବୋତଲ ଓ ଗ୍ଲାସ୍‌ ଛାଡ଼ି ପଳାଇବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଏ ସ˚କ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଏସ୍‌ବିଆଇ ଶାଖାରେ ରାତି ପ୍ରାୟ ୨ଟା ୩୦ ବେଳେ ଦୁଇ ଜଣ ଦୁର୍ବୃତ୍ତ କିଛି ଦୂରରେ ଏକ ସ୍କୁଟି ରଖି ବ୍ୟାଙ୍କ ପାଖକୁ ଆସିଥିଲେ। ବ୍ୟାଙ୍କର ଦୁଇଟି ଗ୍ରିଲ ଭାଙ୍ଗି ଭିତରେ ପଶିବା ପରେ ସେମାନେ ଆଉ ଏକ କବାଟ ଭାଙ୍ଗିଥିଲେ। ବ୍ୟାଙ୍କର ଟେବୁଲ ଉପରେ ଥିବା କାଗଜପତ୍ର ଖେଳାଇଥିଲେ। କିନ୍ତୁ କିଛି ଟଙ୍କା ମିଳିନଥିଲା। ପରେ ଫ୍ରିଜ୍‌ରେ ଥିବା ଦୁଇଟି କୋଲ୍ଡ ଡ୍ରିଙ୍କ୍‌ ପିଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଲକର‌୍‌ ଭାଙ୍ଗିବାକୁ ଉଦ୍ୟମ କଲା ସମୟରେ ସାଇରନ୍‌ ବାଜିଗଲା। ତେଣୁ ସେମାନେ ଦୌଡ଼ି ପଳାଇ ଯିବା ସହ ସ୍କୁଟି ଧରି ଫେରାର ହୋଇ ଯାଇଥିଲେ। ନିକଟରେ ଥିବା ବ୍ୟବସାୟିକ ସଂସ୍ଥାର ସିକ୍ୟୁରିଟି ଗାର୍ଡ ଓ ପୁଲିସ ସେମାନଙ୍କର ପିଛା କରିଥିଲେ ବି ସେମାନଙ୍କୁ ଧରିବାରେ ସଫଳ ହୋଇ ନଥିଲେ।

ଦୁର୍ବୃତ୍ତଙ୍କ ଏଭଳି ହରକତ ବ୍ୟାଙ୍କ ପରିସରରେ ଖଞ୍ଜା ହେଇଥିବା ସିସି କ୍ୟାମେରାରେ ରେକର୍ଡ ହୋଇଥିଲା। ଏ ସ˚କ୍ରାନ୍ତରେ ବ୍ୟାଙ୍କର ମ୍ୟାନେଜରଙ୍କ ପକ୍ଷରୁ ଆଜି ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଘଟଣାସ୍ଥଳରେ ଏସିପି ସେକ୍‌ ସରିଫୁଦ୍ଦିନ୍‌, ମଙ୍ଗଳାବାଗ ଆଇଆଇସି ଅମିତାଭ ମହାପାତ୍ର ପ୍ରମୁଖ ପହଞ୍ଚି ସିସିଟିଭି ଫୁଟେଜ ଜବତ କରିବା ସହ ଘଟଣା ତଦନ୍ତ ଚଳାଇଛନ୍ତି। ଦୁର୍ବୃତ୍ତମାନେ ପିଇଥିବା କୋଲ୍‌ଡ ଡ୍ରିଙ୍କ୍‌ ବୋତଲ ବ୍ୟାଙ୍କ ପରିସରରେ ପଡ଼ିଥିଲା। ପୁଲିସ ଏହି ବୋତଲ ଜବତ କରିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ବିଭିନ୍ନ ନମୁନା ସ˚ଗ୍ରହ କରିଥିଲା। ବ୍ୟାଙ୍କର ଚିଫ୍‌ ମ୍ୟାନେଜର ଭବାନୀ ଶଙ୍କର ମହାନ୍ତି ଅଭିଯୋଗ କରିଛନ୍ତି ଯେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଭିତରକୁ ପଶିଥିଲେ। କିନ୍ତୁ ଟଙ୍କା ଚୋରି କରିବାରେ ସଫଳ ହୋଇନାହାନ୍ତି। ଏ ସମ୍ପର୍କରେ ଆଜି ଭୋରୁ ଖବର ମିଳିଲା ପରେ ସେମାନେ ପୁଲିସକୁ ଜଣାଇଥିଲେ।



Advertisement