ମୋହନା,୨୭/୦୧(ମୋହନ ଗୌଡ):ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ଖମାରିସହ ନିକଟସ୍ଥ ଏକ ପାହାଡ ଉପରୁ ଦୁଇ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ରା.ଉଦୟଗିରି ପୁଲିସ ଉଦ୍ଧାର କରିଛି । ଦୁଇ ମୃତଦେହଙ୍କ ପାଖରୁ ଏକ ବିଷ ବୋତଲ ପୁଲିସ ପାଇଥିବା ବେଳେ ଉଭୟ ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କିଛି ଦିନ ତଳେ ଉଭୟେ ମିଶି ଆତ୍ମହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି । ଉଭୟ ଶବକୁ ବନ୍ୟଜନ୍ତୁ ଖାଇ ଖଣ୍ଡିଆ ଖାବରା କରିଦେଇଛନ୍ତି । ଯାହାଫଳରେ ଶଭ ଚିହ୍ନଟ ହେବାରେ ସମସ୍ୟା ଦେଖାଦେଇଛି । ସୂଚନାପ୍ରକାରେ ଉଭୟ ଏକ ଗଛରେ ଦଉଡିଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ କିନ୍ତୁ ସେଥିରେ ସଫଳ ନ ହେବାରୁ ପାଖରେ ରଖିଥିବା ବିଷ ବୋତଲକୁ ପାନକରି ନିଜକୁ ହତ୍ୟା କରିଛନ୍ତି । ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବବୋଲି ସୂଚନା ଦେଇଛନ୍ତି ।



















