ବିଧାନସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କଲେ ପୂର୍ଣ୍ଣାଙ୍ଗ ବଜେଟ ୨୦୧୯-୨୦

201
ADVERTISEMENT

ଭୁବନେଶ୍ୱର, ୨୮/୬(ନରେନ୍ଦ୍ର ଜେନା): ଆଜି ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ପ୍ରାରମ୍ଭିକ ବଜେଟ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ପ୍ରଥମେ କୃଷି ବଜେଟ ଆଗତ କରିଥିଲେ। ୨୦୧୯-୨୦ ପାଇଁ କୃଷି ବଜେଟରେ ୨୦ ହଜାର ୭୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣ ଆରମ୍ଭ କରି ରାଜ୍ୟ ସରକାର କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ପ୍ରତିଶୃତିବଦ୍ଧ କହିଛନ୍ତି।
କୃଷି ବଜେଟ ୨୦୧୯-୨୦
(ବଜେଟ ପରିମାଣ ୨୦ହଜାର ୭୧୪ କୋଟି)
*୭ ବର୍ଷରେ ଓଡିଶାକୁ ୫ ଥର କୃଷି କର୍ମଣ ପୁରସ୍କାର
*୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ
*କାଳିଆ ହିତାଧିକାରୀଙ୍କ ମଧ୍ୟରେ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଓ ନାମମାତ୍ର ଚାଷୀ ସାମିଲ
*କାଳିଆ ଯୋଜନା ପାଇଁ ୫୬୦୦ କୋଟି ଟଙ୍କାର ବ୍ୟୟବରାଦ
*୧ଲକ୍ଷ ୧୨ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଜନା
*ଜଳସେଚନ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୧୮ କୋଟି ଟଙ୍କା
*ସାର ଯୋଗାଣ ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
*ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି ଟଙ୍କା
*ନବକୃଷ୍ଣ ସେଚ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି
*ବିନା ସୁଧରେ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
*ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି
*ଚଳିତ ବର୍ଷ ପେକ୍ସ ଜରିଆରେ ଚାଷୀଙ୍କ ଠାରୁ ୪୯ଲକ୍ଷ ୯ହଜାର ମେଟ୍ରିକ ଟନ୍ ଧାନ ସଂଗୃହିତ
*ପୋଖରୀ ଖୋଳା ପାଇଁ ମତ୍ସ୍ୟ ଚାଷୀଙ୍କୁ ୫୦% ସବସିଡି

ପରେ ଅର୍ଥମନ୍ତ୍ରୀ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଥିଲେ। ଚଳିତ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପରିମାଣ ୧ଲକ୍ଷ ୩୯ହଜାର କୋଟି ଟଙ୍କା ରହିଛି। ତେବେ କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ ହୋଇଛି ଆସନ୍ତୁ ଦେଖିବା-
ପୂର୍ଣ୍ଣାଙ୍ଗ ବଜେଟ- ୨୦୧୯-୨୦
(ବଜେଟ ପରିମାଣ- ୧ ଲକ୍ଷ ୩୯ ହଜାର କୋଟି)
* ପ୍ରଶାସନିକ ଖର୍ଚ୍ଚ ବାବଦକୁ ୫୭ ହଜାର ୩୫୦ କୋଟି
* ଦରମା ବାବଦକୁ ୨୫ ହଜାର ୫ ଶହ କୋଟି
* ପେନସନ ପାଇଁ ୬ ହଜାର ୫ ଶହ କୋଟି
* ସୁଧ ଦେୟ ପାଇଁ ୧୩ ହଜାର ୩ ଶହ କୋଟି
* ରକ୍ଷଣାବେକ୍ଷଣା ପାଇଁ ୪ ହଜାର ୮୪୦ କୋଟି
* କାର୍ଯ୍ୟକ୍ରମ ବ୍ୟୟ ଅଟକଳ ପାଇଁ ୭୦ ହଜାର ୬ ଶହ କୋଟି
* ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି
* ଉନ୍ନୟନକାରୀ ସଂସ୍ଥା ବାବଦକୁ ୬ ହଜାର ୪୯୦ କୋଟି
* ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪ ହଜାର ୬ ଶହ କୋଟି

~ଶିକ୍ଷା ବ୍ୟୟବରାଦ
– ଶିକ୍ଷା ଓ ଦକ୍ଷତା ବିକାଶ: ୧୯ ହଜାର ୪୯୨ କୋଟି
– ଆଦର୍ଶ ବିଦ୍ୟାଳୟ: ୩୨୦ କୋଟି
– ଅନୁସୂଚିତ ଜାତି ଛାତ୍ରୀ ନିବାସ: ୨୨୭ କୋଟି
– ଉଚ୍ଚ ଶିକ୍ଷା ଅନୁଷ୍ଠାନ ଭିତ୍ତିଭୂମି: ୧୫୦ କୋଟି
– ମେଧା ବୃତ୍ତି: ୬୩ କୋଟି
– ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା: ୧୫ କୋଟି

~ସ୍ୱାସ୍ଥ୍ୟ ବ୍ୟୟବରାଦ
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ୧ ହଜାର ୨୦୩ କୋଟି
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ମହିଳାଙ୍କୁ ଚିକିତ୍ସା ସୁବିଧା): ୧୦ ଲକ୍ଷ
– ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ: ୬ ହଜାର ୮୨୮ କୋଟି
– ଫନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ: ୪ ହଜାର ୮୨୦ କୋଟି
– ମମତା ଯୋଜନା: ୩୦୫ କୋଟି

~ମିଶନ ଶକ୍ତି ବ୍ୟୟବରାଦ
– ମିଶନ ଶକ୍ତି: ୩୦୧ କୋଟି
– ମିଶନ ଶକ୍ତି ଗୃହ ନିର୍ମାଣ: ୧୩୦ କୋଟି
– ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା: ଦେବାକୁ ୮୦ କୋଟି
– ମଧୁବାବୁ ପେନସନ ଯୋଜନା: ୨ ହଜାର ୧୨୦ କୋଟି
– ଅବହେଳିତ ବର୍ଗ ଥଇଥାନ: ୩ ହଜାର ୧୪୭ କୋଟି
– ସ୍ମାର୍ଟସିଟି: ୪ ଶହ କୋଟି

ତେବେ, ଆଗାମୀ ବର୍ଷଠାରୁ କେବଳ ଇଲେକ୍ଟ୍ରୋନିକ ବଜେଟ ପ୍ରସ୍ତୁତ ହେବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି।

Advertisement