Tuesday, September 8, 2026
ADVERTISEMENT
Home Uncategorized ‘ଟିଚ୍ ଗଜପତି’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

‘ଟିଚ୍ ଗଜପତି’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

367
ADVERTISEMENT

ପାରଳାଖେମୁଣ୍ଡି, ୨୮/୬(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ସଦର ମହକୁମାସ୍ଥିତ ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ମୋ ସ୍କୁଲ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବୀ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ। ପରିଶେଷରେ ଦଶମ ଶ୍ରେଣୀ ଗ୍ରେଡ ଏ୧, ଏ୨ ପାଇଥିବା ଛାତ୍ର ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ପ୍ରକାଶଥାଉ କି, ନୀତି ଆୟୋଗରେ ‘ମୋ ସ୍କୁଲ’ ଅଭିଯାନର ବିଭିନ୍ନ ପଦକ୍ଷେପ ନେଇ ଶିକ୍ଷାର ବିକାଶ ଧାରା ଓ ଗୁଣାତ୍ମକ ଶିକ୍ଷା ସକାଶେ ଯେଉଁ ପ୍ରୟାସ ରଖାଯାଇଛି ତାହାକୁ ପ୍ରଧାନମନ୍ତ୍ରୀ ମୋଦି ଭୂୟସୀ ପ୍ରଶଂସା କରିଛନ୍ତି।

Advertisement