ବିଧାନସଭାରେ ଆସନ୍ତାକାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ ୨୦୧୯

181
ADVERTISEMENT

ଭୁବନେଶ୍ବର, ୨୭/୬(ନରେନ୍ଦ୍ର ଜେନା): ଆସନ୍ତାକାଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ । ଷୋଡଶ ବିଧାନସଭାର ଏହା ହେବ ସରକାରଙ୍କ ପ୍ରଥମ ବଜେଟ । ଆଉ ନିରଞ୍ଜନ ପୂଜାରୀ ବି ଅର୍ଥମନ୍ତ୍ରୀ ଭାବେ ଉପସ୍ଥାପନ କରିବେ ତାଙ୍କ ପ୍ରଥମ ବଜେଟ । ତେବେ, ଏଥରର ବଜେଟ ଅଟକଳ ପ୍ରାୟ ୧ଲକ୍ଷ ୪୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ଯାହାକି ଗତବର୍ଷ ତୁଳନାରେ ପ୍ରାୟ ୨୦ ହଜାର କୋଟିଟଙ୍କା ଅଧିକ ।

ହେଲେ ଏହି ବଜେଟରେ ସରକାର କେଉଁ କ୍ଷେତ୍ରକୁ କେତେ ଗୁରୁତ୍ବ ଦେବେ ତାହାକୁ ନେଇ ରହିଛି ସମସ୍ତଙ୍କ ନଜର । ଯେହେତୁ ସେବାକ୍ଷେତ୍ର, ଶିଳ୍ପ, କୃଷି ଓ ଭିତ୍ତିଭୂମି ଆଦି କ୍ଷେତ୍ର ରାଜ୍ୟର ସମ୍ବଳ ବଢାଇବାରେ ସହଯୋଗ କରୁଛି ସେଥିପାଇଁ ଏସବୁ କ୍ଷେତ୍ରକୁ ସରକାର ପ୍ରାଧାନ୍ୟ ଦେବେ ବୋଲି ଆଲୋଚନା ହେଉଛି । ଏହାବାଦ୍ କାଳିଆ ଯୋଜନା, ମିଶନ ଶକ୍ତି, ଜଳସେଚନ ଆଦି କ୍ଷେତ୍ର ପାଇଁ ସରକାରଙ୍କୁ ବହୁ ଅର୍ଥ ବରାଦ କରିବାକୁ ପଡିବ ।

ତେବେ ଚଳିତଥର ବଜେଟ ଅଟକଳ ବହୁତ ବଡ ହୋଇଥିବାରୁ ରାଜ୍ୟ ସରକାର ଏଥିପାଇଁ କେତେ ନିଜସ୍ବ ସମ୍ବଳ ସଂଗ୍ରହ କରିବେ ତାକୁ ଦେଖିବାକୁ ପଡ଼ିବ ।

Advertisement