ପ୍ରଚଳିତ ସମସ୍ତ କଏନ ଚଳିବ: ଆରବିଆଇ

207
ADVERTISEMENT

ମୁମ୍ବାଇ, ୨୭/୬(ଡ଼ିଏଚବି): ଭାରତୀୟ ବଜାରରେ ସବୁପ୍ରକାର କଏନ(ଖୁଚୁରା) ଚଳିବ ବୋଲି ପକ୍ଷରୁ ସ୍ପଷ୍ଟ କରିଛି ରିଜର୍ଭ ବ୍ୟାଙ୍କ। ଦେଶର କେତେକ ସ୍ଥାନରେ କଏନକୁ ନେଇ ବ୍ୟବସା‌ୟୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ଵନ୍ଦ ରହିଥିବା ଜାଣିବାପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏହା କୁହାଯାଇଛି। ବଜାରରେ ଏବେ ବିଭିନ୍ନ ଆକୃତିର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କିଆ କଏନ୍‌ ଆଦି ପ୍ରଚଳନ ରହିଛି।

ତେବେ କଏନ୍‌କୁ ନେଇ ଚାଲିଥିବା ଅପପ୍ରଚାର ଅମୂଳକ ଓ ଏଥିପ୍ରତି ଧ୍ୟାନ ‌ନଦେଇ କଏନ୍‌ ଗ୍ରହଣ କରିବାକୁ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନ୍ ବଦଳାଇବାକୁ ଆଣୁଥିବା କୌଣସି ଗ୍ରାହକଙ୍କୁ ନିରାଶ ନକରିବାକୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Advertisement