Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌

ଓଡ଼ିଶାରେ ପ୍ରତିଷ୍ଠା ହେବ ୧୦ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌

393
ADVERTISEMENT

ଭୁବନେଶ୍ୱର, ୨୭/୬(ନରେନ୍ଦ୍ର ଜେନା): ଓଡ଼ିଶାରେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ କିଶାନ୍‌ ସମୃଦ୍ଧି ଯୋଜନା(ପିଏମ୍‌କେଏସଓ୍ଵାଇ) ଆଧାରରେ ନିର୍ମାଣ ହେବ ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌। ଏନେଇ କେନ୍ଦ୍ର ସରକାର ମଞ୍ଜୁରି ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି ଗତକାଲି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି କଥା କହିଛନ୍ତି।

ଏହି ପ୍ରଧାନମନ୍ତ୍ରୀ କିଶାନ୍‌ ସମୃଦ୍ଧି ଯୋଜନା ଜରିଆରେ ହେବାକୁ ଥିବା ୧୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଦୁଇଟି କୋଲ୍ଡ ଚେନ୍‌, ଦୁଇଟି ମେଗା ଫୁଡ ପାର୍କ, ଦୁଇଟି ୟୁନିଟ୍‌ ସ୍କିମ୍‌, ଦୁଇଟି ବ୍ୟାକ୍‌ଓ୍ଵାର୍ଡ ଓ ଫାରଓ୍ଵାର୍ଡ ଲିଙ୍କେଜ୍‌ ଏବଂ ଦୁଇଟି ଫୁଡ ଟେଷ୍ଟିଂ ଲ୍ୟାବ୍‌ ସାମିଲ ହେବାର ବ୍ୟବସ୍ଥା ରହିଛି।

Advertisement