Tuesday, September 8, 2026
ADVERTISEMENT
Home Uncategorized ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

371
ADVERTISEMENT

ବଲାଙ୍ଗୀର,୧୯/୧(ସୁନୀଲ ତ୍ରୀପାଠୀ ) : ଗତ କାଲି ଶନିବାର ଦିନ ବଲାଙ୍ଗୀର ରାମଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ବଲାଙ୍ଗୀର ଉଠା ଜଳସେଚନ ବିଭାଜନ ଆନୁକୁଲ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ସୋଇଯାଇଛି।’ ପାଣି ପଞ୍ଚାୟତ ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି ଓ ଏକାଭିମୁଖତା କାର୍ଯ୍ୟ ସମ୍ପାଦନ’ ଶୀର୍ଷକ ବିଷୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ପିଆର ହାଇସ୍କୁଲର ସାଇ ବିନାୟକ ମିଶ୍ର ପ୍ରଥମ, ଜବାହର ନବୋଦୟ ବିଦ୍ୟାଳୟର ସ୍ଥିତପ୍ରଜ୍ଞା ତ୍ରିପାଠୀ ଦ୍ଵିତୀୟ, ଲିଟିଲ୍ ଫାଲ୍ବାବାର ସ୍କୁଲର ଅର୍ମାନ ଷାଣ୍ଡ ତୃତୀୟ ହୋଇଛନ୍ତି। ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ପୁଷ୍ପାଙ୍କିନୀ ଯୋଶୀ, ଡେଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାମନାରାୟଣ ଦାଶ, ରାଜଗୋପାଳ ହିନ୍ଦୀ ବିଦ୍ୟାଳୟର ଶିକ୍ଷକ ଗିରିଶ ରାମ ବେହେରା ବିଚାରକ ଭାବରେ ଯୋଗଦେଇ ଥିଲେ।

Advertisement