ଭୁବନେଶ୍ୱର,୧୪।୧(ଡି.ଏଚ): ଯୁକ୍ତ୨ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ନିୟମକୁ କଡ଼ାକଡ଼ି କରାଯାଇଛି। ଏଣିକି ପ୍ରଥମ ବର୍ଷ ପରୀକ୍ଷାରେ ପାସ ନ କଲେ ପିଲାମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରଥମ ବର୍ଷରେ ୩୩% ମାର୍କ ରଖିବାକୁ ହେବ। ତେବେ ପରୀକ୍ଷା ପାସ୍ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ୨ଟି ସୁଯୋଗ ମିଳିବ। ଫେବୃୟାରୀ ୧୫ରୁ ୨୯ ମଧ୍ୟରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ୩୩%ରୁ କମ୍ ରଖିଥିବା ପିଲାଙ୍କ ପାଇଁ ରିମେଡିଆଲ କ୍ଲାସ ହେବ। ଏହାପରେ ସେମାନେ ଦ୍ୱିତୀୟ ସୁଯୋଗ ଭାବେ ମେ’ ଶେଷ ସପ୍ତାହରେ ପରୀକ୍ଷା ଦେବେ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ। କଲେଜଗୁଡ଼ିକ ପ୍ରଥମ ବର୍ଷ ରେଜଲ୍ଟ ନିର୍ଦ୍ଦେଶାଳୟକୁ ଜଣାଇବେ ବୋଲି ମଙ୍ଗଳବାର ସ୍କୁଲ ଓ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।


















