Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ବଦଳୁଛି ଗଂଜାମର ରାଜନୈତିକ ସ୍ଥିତି : ଗୋଟିଏ ମଞ୍ଚରେ,ଗୋଟିଏ ଗାଡିରେ ଦୁଇ ହେବିଓ୍ବେଟ ନେତା

ବଦଳୁଛି ଗଂଜାମର ରାଜନୈତିକ ସ୍ଥିତି : ଗୋଟିଏ ମଞ୍ଚରେ,ଗୋଟିଏ ଗାଡିରେ ଦୁଇ ହେବିଓ୍ବେଟ ନେତା

1695
ADVERTISEMENT

ବ୍ରହ୍ମପୁର,୧୪।୧(ଡି.ଏଚ/ହିମାଂଶୁ ପାଢୀ) : ଗୋଟିଏ ମଞ୍ଚରେ ଗଂଜାମ ଜିଲ୍ଲାର ଦୁଇ ହେବିଓ୍ବେଟ ନେତା ତଥା ଜଣେ ରାଜ୍ୟ ବିଧାନସଭା ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂଯ୍ୟନାରାୟଣ ପାତ୍ର ଓ ସାନଖେମୁଣ୍ଡି ତଥା ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା।ଏଭଳି ହେବିଓ୍ବେଟଙ୍କ ମିଳନ ଦେଖିବାକୁ ମିଳିଛି ରବିବାର ସଂନ୍ଧ୍ୟାରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଏକ କାଯ୍ୟକ୍ରମରେ । ଓଡିଶା ବିଧାନସଭା ବାଚସ୍ପତି ସର୍ବଦଳୀୟଙ୍କ ଅଭିଯୋଗକୁ ସ୍ୱୀକାର କରୁଥିବା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସରକାରୀ ଗାଡିରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ଦଳ ଜିଲ୍ଲାସଭାପତି ରମେଶ ଚନ୍ଦ୍ର ଜେନା ଗାଡିରେ ବସି ଯିବା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଏବଂ ଉକ୍ତ କାଯ୍ୟକ୍ରମରେ ମଞ୍ଚରେ ଦୁହେଁ ପାଖାପାଖି ହୋଇ ବସି ମୁହାଁମୁହିଁ କଥା ହୋଇଥିଲେ। ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

Advertisement