Friday, November 6, 2026
ADVERTISEMENT
Home ଆଞ୍ଚଳିକ ଦୁନିଆ ହାଲଚାଲ ମିଡ଼ିଆ ଗୃପର ସାମ୍ବାଦିକ ଦକ୍ଷତା କର୍ମଶାଳା ଉଦଯାପିତ

ଦୁନିଆ ହାଲଚାଲ ମିଡ଼ିଆ ଗୃପର ସାମ୍ବାଦିକ ଦକ୍ଷତା କର୍ମଶାଳା ଉଦଯାପିତ

400
ADVERTISEMENT

ବ୍ରହ୍ମପୁର,୧୨।୧( ବ୍ୟୁରୋ ) : ସାମ୍ବାଦିକ ମାନେ ସତ୍ୟନିଷ୍ଠ , ଜନସ୍ୱାର୍ଥ ଚିନ୍ତା ସହ ସବୁ ବିଷୟ ପ୍ରତି ଆଗ୍ରହ ରଖି ସମ୍ବାଦ ଲିଖନରେ ନିରପେକ୍ଷତା ପ୍ରତିପାଦନ କଲେ, ଜଣେ ସଫଳ ସାମ୍ବାଦିକ ହୋଇପାରିବ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି । ଆଜି ଦୁନିଆ ହାଲଚାଲ ମିଡିଆ ଗୃପ ତରଫରୁ ଅନୁଷ୍ଠିତ ସାମ୍ବାଦିକ ଦକ୍ଷତା କର୍ମଶାଳାରେ ଡିଏଚ ଗୃପର ଚେୟାରମ୍ୟାନ ତଥା ମୁଖ୍ୟ ପୃଷ୍ଠପୋଷକ ଏବଂ ସଂପାଦକ ରମେଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଗୃପ ସଂପାଦକ ପ୍ରକାଶ ମିଶ୍ର, ବାର୍ତ୍ତା ସଂପାଦକ ଏମ୍ ସରିଫ୍ ଏବଂ ସଂଜୟ ପଟ୍ଟନାୟକଙ୍କ ସହ ଜୋନାଲ ତତ୍ତ୍ୱାବଧାରକ ମଣ୍ଡଳୀର ସଦସ୍ୟ ଜୀବନାନନ୍ଦ କର କର୍ମଶାଳାର ଅତିଥି ଭାବେ ଯୋଗ ଦେବା ସହ ଗଣମାଧ୍ୟମର ବିଭିନ୍ନ ଦିଗ ଭପରେ ଆଲୋକପାତ କରିଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଦୁନିଆ ହାଲଚାଲ ଗୃପର ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ । ବୃତ୍ତିଗତ ଦକ୍ଷତା ପାଇଁ ସୁରେଶ କୁମାର ପଣ୍ଡା (ବାଲିଗୁଡା), ନଳୀନିକାନ୍ତ ମିଶ୍ର (ତୁମୁଡିବନ୍ଧ), ସୁନିଲ କୁମାର ଦାସ (କୋରାପୁଟ), ଇ ରଂଜନ (ବ୍ରହ୍ମପୁର), ସାହେବ ନାୟକ (ମୋହନା) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅତିଥି ମାନଙ୍କଠାରୁ ସେମାନେ ପୁରସ୍କାର ଗ୍ରହଣ କରିଥିଲେ । ସପ୍ତାହିକ ଖବର କାଗଜ “କଳିଙ୍ଗ ଜାଗରଣ” ଖୁବ୍ ଶୀଘ୍ର ଆତ୍ମପ୍ରକାଶ କରୁଥିବା ବେଳେ ଅତିଥି ମାନେ ମିଳିତ ଭାବେ ଏହାର ନାମଫଳକକୁ ଉନ୍ନୋଚନ କରିଥିଲେ । ଏହାଛଡା (sadisuda.com ) ଏବଂ (oody cabs ) ନାମକ ଦୁଇଟି ବ୍ୟବସାୟିକ ଅନୁଷ୍ଠାନର ଶୁଭାରମ୍ଭ ଘୋଷଣା କରାଯାଇଥିଲା ।

Advertisement