Wednesday, September 23, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ତାଳଚେର ପୋଲିସକୁ ମିଳିଛି ବଡ ସଫଳତା

ତାଳଚେର ପୋଲିସକୁ ମିଳିଛି ବଡ ସଫଳତା

584
ADVERTISEMENT

ତାଳଚେର,୧୧।୧(ଡ଼ି.ଏଚ/ପ୍ରବୀଣ କୁମାର ଦାସ ) : ତାଳଚେର ଅଞ୍ଚଳରେ କିଛିଦିନ ହେଲାଣି ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। ପୋଲିସର ବାରମ୍ବାର ଚଢଉ ସତ୍ୱେ ନିଶା କାରବାର କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏତେ ପରିମାଣରେ ଧଳା ଜହର କେଉଁଠୁ ଆସୁଛି, ତାହା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । କୋଇଲା ନଗରୀ ତାଳଚେରରେ ବହୁତ ଯୁବ ଗୋଷ୍ଠି ଏହି ନିଶା କବଳରେ ପଡି ପଥ ଭ୍ରଷ୍ଟ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛନ୍ତି। ବହୁତ ଦିନପରେ ତାଳଚେର ପୋଲିସ ଦ୍ୱାରା ଧଳା ଜହର କାରବାରରେ ଲିପ୍ତ ଥିବା ଚାରିଜଣ ଯୁବକଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସେମାନଙ୍କ ଠାରୁ ଏଟିଏମ କାର୍ଡ ,ବ୍ରାଉନ ସୁଗାର .ଲାଇଟର .ଟଙ୍କା ଜବତ କରିଛି । ଗିରଫ ହୋଇଥିବା ଯୁବକ ମାନଙ୍କୁ ଜୈଲ ହାଜତକୁ ପଠେଇ ଦିଆଯାଇଛି।

Advertisement