Friday, September 25, 2026
ADVERTISEMENT
Home ଜିଲ୍ଲା ପାଇକମାଳ ବିନ୍ଧବାସିନୀ କଲେଜର ବାର୍ଷିକ ଉତ୍ସବ ପାଳିତ

ପାଇକମାଳ ବିନ୍ଧବାସିନୀ କଲେଜର ବାର୍ଷିକ ଉତ୍ସବ ପାଳିତ

877
ADVERTISEMENT

ପାଇକମାଲ,୧୧।୧(ଡ଼ି.ଏଚ/କୁଞ୍ଜ ବିହାରି ସାହୁ) : ଆଜି ପାଇକମାଳ ସ୍ଥିତ ବିନ୍ଧବାସିନୀି କଲେଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଶ୍ୟମଲାଲ୍ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ସମ୍ବଲପୁର ଡେପୁଟି ଶିକ୍ଷା ଅଧିକାରୀ ଶ୍ରୀ ଉତ୍ତମ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବରେଣ୍ୟ ଅତିଥି ରୂପେ ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନ ନେତା ତଥା ପୂର୍ବତନ ବିଧାୟକ କଲେଜ୍ ପରିଚାଳନା କମିଟି ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ,ମୁଖ୍ୟବକ୍ତା ଭାବେ କବି ମନୋରଂଜନ ସାହୁ ଯୋଗଦେଇଥିଲେ । ସଭାକୁ ଓଡ଼ିଆ ଅଧ୍ୟାପକ ରଞ୍ଜିତା ମହାନ୍ତି ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଶିକ୍ଷା ଗ୍ରହଣରେ ଛାତ୍ର ଛାତ୍ରୀଙ୍କ ଭୂମିକା ଓ ଉପକାରିତା ଉପରେ ଦିଶା ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ବକ୍ତବ୍ୟ ପ୍ରଦାନ କରି ଗନ୍ଧମାର୍ଦନ ଆନ୍ଦୋଳନ ସମୟରେ ଚାଲିଥିବା ଗୀତ ଗାନ କରି ଦର୍ଶକଙ୍କୁ ବିଭୋର କରିଥିବାବେଳେ ଅନ୍ୟତମ ମୁଖ୍ୟ ବକ୍ତା କବି ମନୋରଞ୍ଜନ ସାହୁ ବିଭିନ୍ନ ଉଦାହରଣ ମାନ ଉଲ୍ଲେଖ କରି ଦର୍ଶକ ମହଲରେ ବିମୋହିତ କରି ଦେଇଥିଲେ। ପରିଶେଷରେ କଲେଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବ ଶ୍ରୀ ଘନଶ୍ୟାମ ପ୍ରଧାନ, ଲିଜା ପ୍ରଧାନ,ଦୁର୍ଯୋଧନ ସୁନା,ସ୍ୱାଗତିକା ପ୍ରଧାନ,ରଶ୍ମୀ ସାହୁ ,ଗଣେଶ ସୋନି,ଯମୁନା ଛତର୍,ଇତିଶ୍ରୀ ସାହୁ ପ୍ରମୁଖଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । କଲେଜ୍ ଛାତ୍ରୀ ମାନଙ୍କ ଦ୍ଵାରା ଉତଘାଟନି ଓ ଉତଜାପାନୀ ଗୀତ ଗାନ କରିଥିବା ବେଳେ କଲେଜ୍ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ମୀନକେତନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Advertisement