Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ଉପବାଚସ୍ପତି ନିର୍ବାଚନ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି

ଉପବାଚସ୍ପତି ନିର୍ବାଚନ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି

ରଜନୀକାନ୍ତଙ୍କ ନାମ ଘୋଷଣା କଲା ବିଜେଡି

372
ADVERTISEMENT

ଭୁବନେଶ୍ୱର, ୨୬/୬(ନରେନ୍ଦ୍ର ଜେନା): ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସକାଶେ ବୁଧବାର ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଆଜି ସୂଚନା ଦେଇଛନ୍ତି। ନିର୍ବାଚନ ସକାଶେ ବିଧାନସଭା ପକ୍ଷରୁ ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ବିଜେଡି ପକ୍ଷରୁ ରଜନୀକାନ୍ତ ସିଂଙ୍କ ନାମ ଉପବାଚସ୍ପତି ପଦ ପାଇଁ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇ ଥିବାବେଳେ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଦିଆଯାଇ ନଥିବା ଜଣାପଡ଼ିଛି। ଅନ୍ୟପଟେ ସଂଖ୍ୟାଗରିଷ୍ଠତା ଦୃଷ୍ଠିରୁ ରଜନୀକାନ୍ତ ଏକ ପ୍ରକାର ନିର୍ବାଚିତ ହେବା ସୁନିଶ୍ଚିତ। ତେବେ, ଗୁରୁବାର ବାଚସ୍ପତି ଗୃହରେ ନିର୍ବାଚିତ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ।

Advertisement