ହଲିଉଡ୍‌ରେ ରାଧିକା ଆପ୍‌ତେ: ଫିଲ୍ମରେ ‘ସ୍ପାଏ’ ଭୂମିକାରେ ଆସିବେ ନଜର

199
ADVERTISEMENT

ମୁମ୍ବାଇ, ୨୫/୬(ଡ଼ିଏଚବି): ବଲିଉଡ଼ ଅଭିନେତ୍ରୀ ରାଧିକା ଆପ୍‌ତେ ଅନ୍ଧାଧୁନ ଓ ପ୍ୟାଡ୍‌ମ୍ୟାନ୍‌ ଭଳି ବଲିଉଡ୍‌ ଫିଲ୍ମରେ କାମ କରିବାପରେ ଏବେ ଶୀଘ୍ର ହିଁ ସେ ହଲିଉଡ୍‌ରେ ପାଦ ରଖିବାକୁ ଯାଉଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ଫିଲ୍ମ ଲିବରେଟ୍‌: ଏ କଲ ଟୁ ସ୍ପାଏରେ ନଜର ଆସିବେ ରାଧିକା । ଏହି ଫିଲ୍ମରେ ରାଧିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଥିବା ସ୍ପାଏ, ନୋରା ଇନାୟତ ଖାନ୍‌ଙ୍କ ଭୂମିକାରେ ନଜର ଆସିବେ । ତେବେ, ଫିଲ୍ମରେ ନୋରା ଇନାୟତ ଖାନ୍‌ଙ୍କ ନାଁକୁ ବଦଳାଯାଇ ନୋରା ବେକର କରାଯାଇଥିବା ଜଣାପଡ଼ିଛି ।

ରାଧିକା ଇନ୍‌ଷ୍ଟାଗ୍ରାମରେ ନୋରା ବେକରଙ୍କ ଫଟୋ ସହ ନିଜ ଫଟୋ ସେୟାର କରି ଏହି ଖବର ଦର୍ଶକଙ୍କୁ ଦେଇଛନ୍ତି । ଫଟୋରେ ରାଧିକା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରଚଳିତ ଥିବା ପୋଷାକ ପରିଧାନ କରିଥିବା ଦେଖା ଯାଇଛି । ଇନ୍‌ଷ୍ଟାରେ ସେ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଫିଲ୍ମର ପୂରାକାଷ୍ଟ ଏବଂ କ୍ରିୟୁ-ମେମ୍ବରମାନଙ୍କ ସହ ନଜର ଆସୁଛନ୍ତି ।

Advertisement