Tuesday, September 8, 2026
ADVERTISEMENT
Home Uncategorized ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

290
ADVERTISEMENT

ପୁରୀ,୪ା୧(ଡି.ଏଚ ): ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌ ଟୁଡେ’ ପକ୍ଷରୁ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ ଭାବେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନ ମିଳିଛି। ପତ୍ରିକାର ଓଡ଼ିଶା ପ୍ରତିନିଧି ମଙ୍ଗଳା ପ୍ରସାଦ ମହାନ୍ତି ଶୁକ୍ରବାର ମଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନର ସମସ୍ତ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଠ ମୁଖପାତ୍ର ମନୋଜ କୁମାର ରଥ କହିଥିଲେ, ସନାତନ ହିନ୍ଦୁମାନଙ୍କ ପାଇଁ ନିଶ୍ଚିତ ଏହା ଗର୍ବ ଓ ଗୌରବର ବିଷୟ। ସନାତନ ହିନ୍ଦୁ ଧର୍ମର ସୁରକ୍ଷା ଦିଗରେ ଗୁରୁଜୀଙ୍କ ଉଦ୍ୟମ ଏବଂ ସାମ୍ପ୍ରତିକ ଦେଶ ସମସ୍ୟାରେ ମତାମତ ଏବଂ ଦିଗ୍‌ଦର୍ଶନ ଦେଉଥିବାରୁ ‘ହିନ୍ଦୁଜିମ୍‌ ଟୁଡେ’ ପତ୍ରିକା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶଙ୍କରାଚାର୍ଯ୍ୟ ସମୁଦ୍ର ପାର୍‌ ହେବା ନିଷିଦ୍ଧ ରହିଛି। ତେଣୁ ଆମେରିକା ଯାଇ ଏହି ସମ୍ମାନ ଗ୍ରହଣ କରି ନ ପାରି ଥିବାରୁ ପତ୍ରିକାର ଓଡ଼ିଶା ପ୍ରତିନିଧି ମଠକୁ ଆସି ଗୁରୁଜୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ମଧ୍ୟ ଆଶୀର୍ବଚନ ପ୍ରଦାନ କରିଥିଲେ।

Advertisement