Friday, September 25, 2026
ADVERTISEMENT
Home କନ୍ଧମାଳ ପୋଲିସ ଇନଫରମର ସନ୍ଦେହରେ ମାଓବାଦୀ ଜଣକୁ ହତ୍ୟା କଲେ

ପୋଲିସ ଇନଫରମର ସନ୍ଦେହରେ ମାଓବାଦୀ ଜଣକୁ ହତ୍ୟା କଲେ

438
ADVERTISEMENT

କନ୍ଧମାଳ,୩/୧(ଡି.ଏଚ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରମାହା ପାଖରେ ଗତରାତିରେ ଘରୁ ଡ଼ାକି ହତ୍ୟା କରିଥିବା ଜଣା ପଡ଼ିଛି ଗତ 4ତାରିଖରେ କୋଟଗଡ ବ୍ଲକ ଠାରେ ହତ୍ୟା ଧମକ ଦେଇଥିଲେ ମାଓବାଦୀ, ଏକ ମାସ ମଧ୍ୟରେ ରେବିଙ୍ଗିଆ ପଞ୍ଚାୟତର ମାଡ଼ଦଳି ଗ୍ରାମର ରଞ୍ଜନ ଦିଗାଲଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ଗତ ଦୁଇଦିନ ତଳେ ରଞ୍ଜନ ତାଙ୍କ ଶଶୁର ଘରକୁ ଆସିଥିଲେ ଏହାର ସୁଯୋଗ ନେଇ ହତ୍ୟା କରିଥିବା ଜଣାପଡ଼ିଛି ରଞ୍ଜନ ଓ ତାଙ୍କ ସ୍ତ୍ରୀ ସହିତ କ. ନୂଆଗାଁ ବଜାର ଯାଇଥିଲେ ଘରକୁ ଆସିଲା ପରେ 12ରୁ 13ଜଣ ମାଓବାଦୀ ସଶସ୍ତ୍ର ଧାରି ରାତି 8ଟା ସମୟରେ ଘରୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରେ ବିଭଶ୍ଚ ଭାବେ ହତ୍ୟା କରି ବୁଡ୍ରମାହା ସ୍କୁଲ ପାଖରେ ଛାଡିବା ସହ ତାଙ୍କ ସ୍ତ୍ରୀ କଣ ପାଇଁ ମାରୁଛ ତାହା ଆମେ ଜଣେଇପାରିବୁ କି ପ୍ରଶ୍ନ କରିବାରୁ ସ୍ତ୍ରୀଙ୍କୁ ମଧ୍ୟ ପିଟି ଥିବା ସୂଚନା ମିଳିଛି । ବର୍ତ୍ତମାନସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚିନାହିଁ ।

Advertisement