ଝାରସୁଗୁଡା, ୨୫/୬(ଡ଼ି ଏଚ ବି ): ବ୍ରଜରାଜନଗର ବସଷ୍ଟାଣ୍ଡରେ ହୋଇଥିବା ଗୁଳିକାଣ୍ଡ ପ୍ରତିବାଦରେ ରାସ୍ତାରୋକ। ବ୍ରଜରାଜନଗର ଅଞ୍ଚଳର ଖୋଲାଖୋଲି ଭାବେ ଅପରାଧି ବୁଲୁଥିବା ବେଳେ ସେମାନଙ୍କ ଧରିବା ଦାବିରେ ଗାନ୍ଧିଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକମାନେ। । ଗତରାତିରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତାସ୍ ଖେଳୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକ ଅମିତ ଧଳଙ୍କ ଉପରକୁ ୫ ରାଉଣ୍ଡ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଗୁରୁତର ଅମିତଙ୍କୁ ଭୁବନେଶ୍ବରକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା ।