ମୁମ୍ବାଇ-ହାଓଡ଼ା ସୁପରଫାଷ୍ଟ ମେଲ ଦୁର୍ଘଟଣାଗ୍ରସ୍ତ

170
ADVERTISEMENT

ରାଉରକେଲା, ୨୫/୬(ଡ଼ି ଏଚ ବି ) : ସୋମବାର ରାତିରେ ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଟାପାହାଡ ଓ ସୋନୁଆ ଷ୍ଟେସନ ମଧ୍ୟରେ ମୁମ୍ବାଇ-ହାଓଡ଼ା ସୁପରଫାଷ୍ଟ ମେଲ(୧୨୮୦୯) ର ପାର୍ସଲ ଭ୍ୟାନ ଲାଇନଚ୍ୟୁତ ହୋଇଥିଲା | ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାଁନ୍ତି ,ଅଳ୍ପକେ ବର୍ତ୍ତିଯାଇଛନ୍ତି | ତେବେ ଏହି ବଗିରେ ଅତ୍ୟଧିକ ପରିମାଣର ଜିନିଷ ପଠାଯାଉଥିବାରୁ ବଗିରେ ଫାଟ ସୃଷ୍ଟି ହୋଇଥିଲା | ଫଳରେ ଏହି ବଗି ସହ ଜଡିତ ଯାତ୍ରୀବାହୀ ବଗିର ଭକ୍ୟୁମ ପାଇପ ଫାଟିଯାଇଥିଲା |ଯାହାଫଳରେ ଟ୍ରେନ ଅଟକିଯାଇଥିଲା | ପରେ ଚକ୍ରଧରପୁର ଷ୍ଟେସନ୍ରୁ ରିଲିଫ ଟ୍ରେନ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣାଗ୍ରସ୍ତ ବଗିକୁ ଅଲଗା କରାଯାଇଥିଲା |

Advertisement