Sunday, September 6, 2026
ADVERTISEMENT
Home ମୁଖ୍ୟ ଖବର ଅଶୋକ ପରିଜା ହେଲେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ

ଅଶୋକ ପରିଜା ହେଲେ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲ

341
ADVERTISEMENT

ଭୁବନେଶ୍ୱର, ୨୫/୬(ଡ଼ି ଏଚ ବି ) : ରାଜ୍ୟର ନୂଆ ଆଡଭୋକେଟ୍‌ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ନିଯୁକ୍ତ ହୋଇଛନ୍ତି।  ସେ ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ। ଅଶୋକ ପରିଜା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସହ ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ଆସିଛନ୍ତି। ୧୯୮୪ ମସିହାରୁ ଆଇନ୍ ବୃତ୍ତିରେ ଥିବା ଅଶୋକ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ପରିଚାଳନା କରି ଆସିଛନ୍ତି।

Advertisement