Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ଉଦ୍ୟାନ ଓ କୃଷି ବିଭାଗର ନିର୍ଦେଶକ ଆଇ.ଏ.ଏସ ବିଜୟ କେତନ ଭିଜିଲାନ୍ସ ...

ଉଦ୍ୟାନ ଓ କୃଷି ବିଭାଗର ନିର୍ଦେଶକ ଆଇ.ଏ.ଏସ ବିଜୟ କେତନ ଭିଜିଲାନ୍ସ ଜାଲରେ

296
ADVERTISEMENT

ଭୁବନେଶ୍ୱର,୩୦।୧୨(ଡି.ଏଚ) : ଉଦ୍ୟାନ ଓ କୃଷି ବିଭାଗର ନିର୍ଦେଶକ ଆଇ.ଏ.ଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ। ଏକ ବିଲ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ। ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି । 2009 ବ୍ୟଚର ଆଇ ଏ ଏସ ହେଉଛନ୍ତି ବିଜୟ କେତନ। ତାଙ୍କ ବାଲେଶ୍ୱର ସ୍ଥିତ ଘର ,କାର୍ଯ୍ୟାଳୟ ଉପରେ ମଧ୍ୟ ଏକ ସମୟରେ ଚଢ଼ାଉ ହୋଇଛି । ବିଜୟ କେତନଙ୍କ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢ଼ାଉ ହେଇଥିବା ଖବର ମିଳିଛି । ଚଢ଼ାଉରେ ସହଯୋଗ କରିବା ପାଇଁ ଆଉ ଦୁଇଟି ଭିଜିଲାନ୍ସ ଦଳ କଟକରୁ ଆସିଛନ୍ତି।

Advertisement