Wednesday, August 19, 2026
ADVERTISEMENT
Home ମୁଖ୍ୟ ଖବର ପ୍ଲାଷ୍ଟିକ୍‌ ଖେଳନା ଗିଳି ବର୍ଷକର ଶିଶୁ କନ୍ୟା ମୃତ

ପ୍ଲାଷ୍ଟିକ୍‌ ଖେଳନା ଗିଳି ବର୍ଷକର ଶିଶୁ କନ୍ୟା ମୃତ

296
ADVERTISEMENT

ଆନନ୍ଦପୁର, ୨୫/୬(ଡ଼ି ଏଚ ବି) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କୋଳିପଦି ଗାଁରେ ପ୍ଲାଷ୍ଟିକ୍ ଖେଳଣା ଗିଳିଦେଇ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ । ସୂଚନାନୁସାରେ, ଗାଁର ବିଦ୍ୟାଧର ଜେନାକଙ୍କ ବର୍ଷକର ଝିଅ ଚିପ୍ସ ଖାଉଥିବା ବେଳେ ପ୍ୟାକେଟ୍‌ ଭିତରେ ଥିବା ପ୍ଲାଷ୍ଟିକ ଖେଳନାକୁ ଚିପ୍ସ ଭାବି ଖାଇଦେଇଥିଲେ। ଫଳରେ ଏହା ଶ୍ୱାସନଳୀରେ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisement