Wednesday, July 22, 2026
ADVERTISEMENT
Home Uncategorized ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ପରଲୋକ

ବିଜେପିର ରାଜସ୍ଥାନ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ପରଲୋକ

482
ADVERTISEMENT


ନୂଆଦିଲ୍ଲୀ ୨୫/୬ (ଡି.ଏଚ.ବି): ବିଜେପିର ରାଜସ୍ଥାନର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ସେ ୭୫ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟା କରିଛନ୍ତି । ବେଶ୍ କିଛି ଦିନ ହେବ ସେ ଅସୁସ୍ଥ ଥିବା ଯୋଗୁଁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଥିଲେ। ସେହିଠାରେ ହିଁ ମଦନ ଲାଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି  ।



ମଦନଲାଲଙ୍କ ମୃତ୍ୟୁ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା , କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ ବହୁ ନେତା ତାଙ୍କର ଅନ୍ତିମ ଦର୍ଶନ କରିଥିଲ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦୀ ନିଜ ଟୁଇଟରେ ଲେଖିଛନ୍ତି, ମଦନ ଲାଲ ସୈନୀଜୀଙ୍କ ପରଲୋକ ବିଜେପିକୁ ବଡ଼ କ୍ଷତି ପହଂଚାଇଛି । ସେ ରାଜସ୍ଥାନରେ ଦଳକୁ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ତାଙ୍କର ସ୍ୱଭାବ ଓ ସାମାଜିକ ସେବା ଯୋଗୁଁ ଲୋକେ ତାଙ୍କୁ ସମ୍ମାନ ଜଣାଉଥିଲେ । ଶୋକାକୁଳ ପରିବାରକୁ ମୁଁ ସମବେଦନା ଜଣାଉଛି ବୋଲି ମୋଦୀ କହିଛନ୍ତି । ମଦନ ଲାଲ ୧୯୪୩ ଜୁଲାଇ ୧୩ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ କିଷାନ ମୋର୍ଚ୍ଚା ସହିତ ଜଡ଼ିତ ଥିଲେ । ୨୦୧୮ ଏପ୍ରିଲ ୪ରେ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ଗତବର୍ଷ ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିଲେ ମଦନ ଲାଲ । ତାଙ୍କର ବିଧବା ପତ୍ନୀ, ପୁଅ ଓ ୬ ଝିଅ ଅଛନ୍ତି ।



Advertisement