Thursday, November 5, 2026
ADVERTISEMENT
Home ମୁଖ୍ୟ ଖବର କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନଙ୍କ...

କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନଙ୍କ କଡ଼ା ନିର୍ଦ୍ଦେଶ

287
ADVERTISEMENT

ଭୁବନେଶ୍ବର, ୨୮।୧୨( ଡି.ଏଚ ) : କିଡ୍‌ନି ଚୋରି ମାମଲାରେ ଆପୋଲୋ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିସନ । ମେଡିକାଲର ପଞ୍ଜିକରଣ ରଦ୍ଦ କରି ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ବି ନିର୍ଦ୍ଦେଶ ଜାତୀୟ ମାନବାଧିକାର କମିସନ ଦେଇଛନ୍ତି । ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କିଡନି ଚୋରିକୁ ନେଇ ଆପୋଲୋ ପକ୍ଷରୁ ଦର୍ଶାଯାଇଥିବା ଯୁକ୍ତିକୁ କମିସନ ଖାରଜ କରିଦେଇଛନ୍ତି ।

ପୂର୍ବରୁ ଆପୋଲୋର ପଞ୍ଜିକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା , ହେଲେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଛନ୍ତି । ଏବେ କମିସନ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡ଼ା ନିର୍ଦ୍ଦେଶ ଦେବା ପରେ ଉଭୟ ରାଜ୍ୟ ସରକାର ଓ ଆପୋଲୋ ହସ୍ପିଟାଲ ଅଡ଼ୁଆରେ ପଡିଛନ୍ତି ।

Advertisement